ଚାଲୁଥିଲା ଜନ୍ମଦିନ ପାର୍ଟି…କ୍ୟାମେରାରେ ସରିଗଲା ବ୍ୟାଟେରୀ…. ଅଧାରେ ରହିଗଲା ଭିଡ଼ିଓ…ରାଗରେ ଗୁଳି କରିଦେଲେ ଯୁବକ
1 min readଚାଲିଥିଲା ଜନ୍ମଦିନ ଉତ୍ସବ| ଖୁସିରେ ଚାଲୁଥିଲା ପାର୍ଟି | କିନ୍ତୁ ପରେ ହୋଇଗଲା ଅଘଟଣ | ଜନ୍ମଦିନ ଉତ୍ସବ ମଝିରୁ ଭିଡଓଗ୍ରାଫରକୁ ଗୁଳି କରି ହତ୍ୟା | କାରଣ ଶୁଣିଲେ ହେବେ ଆଶ୍ଚର୍ଯ୍ୟ | ଛୋଟ ଜିନିଷ ପାଇଁ ଚାଲିଗଲା ଜୀବନ |
ସୂଚନା ମୁତାବକ, ବିହାର ଦରଭଙ୍ଗା ଜିଲ୍ଲା ବାହେରି ଥାନା ଅଞ୍ଚଳର ମଖାନାହା ଗାଁରେ ବୁଧବାର ଦିନ ଗାଁର ରାକେଶ ସହାନିଙ୍କର ଝିଅର ଜନ୍ମଦିନ ପାର୍ଟି ଥିଲା। ଏଥିରେ ଭିଡିଓ ସୁଟିଂ କରିବା ପାଇଁ ଭିଡିଓଗ୍ରାଫର ଭାବେ ସୁଶୀଲକୁ ଡାକିଥିଲେ । ତେବେ ମୁଖ୍ୟ ଘଟଣା ଏହା କି, ଭିଡ଼ିଓ କରୁ କରୁ ଅଧାରୁ କ୍ୟାମେରାର ବ୍ୟାଟେରୀ ସରିଯାଇଥିଲା। ଏହାକୁ ନେଇ ରାକେଶ ପ୍ରଥମେ ସୁଶୀଲ ସହ ଗାଳି ଗୁଲଜ କରିବା ଆରମ୍ଭ କରିଦେଇଥିଲେ | ଏହାପରେ ନିଜ ରାଗ ନ ସମ୍ଭାଳି ପାରି ସୁଶୀଲ ପାଟିରେ ବନ୍ଧୁକ ରଖି ଗୁଳି ମାରିଦେଇଥିଲେ |
ସାରା ଘଟଣା ଘଟିସାରିବା ପରେ ରାକେଶ ତାଙ୍କ ସାଙ୍ଗମାନଙ୍କ ସହ ମିଶି ସୁଶୀଲକୁ ଡିଏମସିଏଚ୍ ହସ୍ପିଟାଲକୁ ନେଇଥିଲେ। ମାତ୍ର ତାଙ୍କୁ ମେଡିକାଲ ଭିତରକୁ ନେବା ବଦଳରେ ତାକୁ ମେଡିକାଲ ବାହାରେ ଫିଙ୍ଗିଦେଇ ଫେରାର ହୋଇଯାଇଥିଲେ | ଡାକ୍ତରଖାନା କର୍ମଚାରୀମାନେ ତାଙ୍କୁ ଦେଖି ତୁରନ୍ତ ଏମର୍ଜେନ୍ସି ୱାର୍ଡରେ ଭର୍ତ୍ତି କରିଥିଲେ। କିନ୍ତୁ ଦୁଃଖର ବିଷୟ କି ଚିକତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା |
ଏହି ଖବର ଚାରିଆଡେ ଖେଳିଯାଇଥିଲା | ଏହାପରେ ଗ୍ରାମବାସୀ ଲହେରିଆସାରାଇ ମୁଖ୍ୟରାସ୍ତା ଅବରୋଧ କରଥିଲେ। ଯାହାକୁ ନେଇ ଟ୍ରାଫିକ ସମସ୍ୟା ବଢିଯାଇଥିଲା | ପୋଲିସ ଆସି ସମଧସନ କରିବା ପରେ ରାସ୍ତାରୋକ ହଟିଥିଲା | ଏହି ଘଟଣାକୁ ନେଇ ସୁଶୀଲଙ୍କ ବାପା ଥାନାରେ ଅଭିଯୋଗ କରିଥିଲେ |
ପ୍ରାରମ୍ଭିକ ଖବରରୁ ଜଣାପଡିଛି, ମୁଖ୍ୟ ଅଭିଯୁକ୍ତ ରାକେଶ ବେଆଇନ୍ ମଦ କାରବାରରେ ସମ୍ପୃକ୍ତ ଥିବା ଜଣାପଡିଛି | ଏହି ଘାଟରେ ଅନ୍ୟ ୩ ଜଣଙ୍କୁ ଅଟକ ରଖିଥିବା ସସମାୟାରେ ମୁଖ୍ୟ ଅଭିଯୁକ୍ତ ରାକେଶ ଫେରାର ଅଛି | ଖୁବ ଶୀଘ୍ର ଅଭିଯୁକ୍ତକୁ ଗିରଫ କରାଯିବ ବୋଲି ଏସଡିପିଓ ସୂଚନା ଦେଇଛନ୍ତି।