Pratidin TV

Odisha's Digital News Platform

ଅଡୁଆରେ ବିଦ୍ୟୁତ,ଷ୍ଟଣ୍ଟ କରି ଗିରଫ କଲା ରେଲୱେ ପୋଲିସ!

1 min read

ବଲିଉଡ୍ ର ଆକ୍ସନଷ୍ଟାର ବିଦ୍ୟୁତ ଜାମୱାଲ ନିଜ ଷ୍ଟଣ୍ଟ ଓ ବଡ୍ଡି ପାଇଁ ସବୁବେଳେ ଚର୍ଚ୍ଚାରେ ରହିଆସିଥାନ୍ତି | ତାଙ୍କର ଷ୍ଟଣ୍ଟ ଓ ବଡ୍ଡି ପାଇଁ ପ୍ରଶଂସକଙ୍କର ସୁଅ ଛୁଟିଥାଏ | ବିଦ୍ୟୁତ ଜାମୱାଲ ପୁଣି ଚର୍ଚ୍ଚାରେ ଆସିଛନ୍ତି | ଏହି ଫିଲ୍ମ ପାଇଁ ସେ ପୁଣି ଚର୍ଚ୍ଚାରେ | ଅଭିନେତା ବିଦ୍ୟୁତ ଜାମୱାଲ ତାଙ୍କର ଉତ୍କୃଷ୍ଟ ଅଭିନୟ ଅପେକ୍ଷା ବିପଜ୍ଜନକ ଷ୍ଟଣ୍ଟ ଯୋଗୁଁ ସାରା ବିଶ୍ୱରେ ପ୍ରସିଦ୍ଧ | ତାଙ୍କର ପ୍ରତ୍ୟେକ ଚଳଚ୍ଚିତ୍ରରେ ଅଭିନେତା ନିଜେ ସମସ୍ତ ଷ୍ଟଣ୍ଟ୍ କରନ୍ତି | ଏଭଳି ପରିସ୍ଥିତିରେ ଆଜି ବିଶ୍ୱବ୍ୟାପୀ ଲୋକମାନେ ବିଦ୍ୟୁତଙ୍କ କାର୍ଯ୍ୟକୁ ପ୍ରଶଂସା କରିବାରେ କ୍ଳାନ୍ତ ହୁଅନ୍ତି ନାହିଁ। ତେବେ ଏଥର ଅଭିନେତା ନିଜର ବିପଜ୍ଜନକ ଷ୍ଟଣ୍ଟ ଯୋଗୁଁ ଅସୁବିଧାରେ ପଡ଼ୁଥିବା ଜଣାପଡିଛି।

ସୂଚନା ଅନୁଯାୟୀ,ନିଜ ଷ୍ଟଣ୍ଟ କାରଣରୁ ଅଭିନେତାଙ୍କୁ ରେଳ ପୋଲିସ ଗିରଫ କରିଛି।ବିଦ୍ୟୁତ ଜାମୱାଲଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ସେ ପୋଲିସ ଷ୍ଟେସନରେ ବସିଥିବାର ନଜର ଆସିଛନ୍ତି।ବିପଦପୂର୍ଣ୍ଣ ଷ୍ଟଣ୍ଟ ପ୍ରଦର୍ଶନ କରିଥିବା ଅଭିଯୋଗରେ ଅଭିନେତାଙ୍କୁ ଗିରଫ କରାଯାଇଥିଲା।ତେବେ ବିଦ୍ୟୁତଙ୍କ ଏହି ଫଟୋ ତାଙ୍କର କୌଣସି ଚଳଚ୍ଚିତ୍ରର ଅଂଶ କିମ୍ବା ବାସ୍ତବ, ତାହା ବର୍ତ୍ତମାନ ସୁଦ୍ଧା କିଛି କହିବା କଷ୍ଟକର, କାରଣ ବିଦ୍ୟୁତଙ୍କ ବିରୋଧରେ ଆସିଥିବା ଅଭିଯୋଗ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ସରକାରୀ ନିଶ୍ଚିତକରଣ କରାଯାଇ ନାହିଁ। ଏହି ଫଟୋ ଦେଖିବା ପରେ ତାଙ୍କ ପ୍ରଶଂସକମାନେ ନିରାଶ ହୋଇଛନ୍ତି |

Advertisement

ଅନ୍ୟପକ୍ଷରେ, ତେବେ ବିଦ୍ୟୁତ ଜାମୱାଲ ଫିଲ୍ମ ‘କ୍ରାକ’ ଖୁବ ଶୀଘ୍ର ମୁକ୍ତିଲାଭ ହେବାକୁ ଯାଉଛି। ବିଦ୍ୟୁତଙ୍କ ସହ ନୋରା ଫତେହି, ଆମି ଜ୍ୟାକସନ ଏବଂ ଅର୍ଜୁନ ରାମପାଲଙ୍କ ଭଳି ତାରକା ମଧ୍ୟ ଏହି ଚଳଚ୍ଚିତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିଛନ୍ତି। ଏହା ବ୍ୟତୀତ ବିଦ୍ୟୁତଙ୍କୁ ‘ଶେର ସିଂ ରାଣା’ ନାମକ ଏକ ଫିଲ୍ମରେ ଦେଖିବାକୁ ମିଳିବ।

Leave a Reply

Your email address will not be published. Required fields are marked *