Pratidin TV

Odisha's Digital News Platform

ମୋଟା ଅଙ୍କର ଲାଞ୍ଚ ନେଉଥିଲେ ଖୋର୍ଦ୍ଧା ବ୍ଲକ କନିଷ୍ଠ ଯନ୍ତ୍ରୀ ସଂଗୀତା ମ୍ୟାଡାମ୍ , ଠିକ୍ ସମୟରେ ମାଡିବସିଲା ଭିଜିଲାନ୍ସ ।

1 min read

ମୋଟା ଅଙ୍କର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ଖୋର୍ଦ୍ଧା ବ୍ଲକ କନିଷ୍ଠ ଯନ୍ତ୍ରୀ ସଂଗୀତା ମହାପାତ୍ର । ଘଟଣାଟି ଏମିତିକି ରାଜ୍ୟ ସଭା ସାଂସଦ ପ୍ରଶାନ୍ତ ନନ୍ଦ ଙ୍କ ନିଜସ୍ୱ ଫଣ୍ଡ ରେ ଖୋର୍ଦ୍ଧା ବ୍ଲକ ନରଣଗଡ଼ ପଞ୍ଚାୟତ ଭୋଗପୁର ଓ କଞ୍ଚିଲୋ ଗ୍ରାମରେ ୧୮ ଲକ୍ଷ ଟଙ୍କାର ସିମେଣ୍ଟ କଂକ୍ରିଟ ରାସ୍ତା ନିର୍ମାଣ ଠିକାଦାର ଶିଶିର ମଙ୍ଗରାଜ ଙ୍କ ଦ୍ଵାରା ହୋଇଥିବା ବେଳେ ତାର ବିଲ ପାଇଁ ଠିକାଦାର କନିଷ୍ଠ ଯନ୍ତ୍ରୀ ଙ୍କ ପାଖକୁ ବାରମ୍ବାର ଆସିଥିଲେ। ଆଉ ସେଠାରେ ଏହି କାମ ବିଲ ପାସ ପାଇଁ ୧ଲକ୍ଷ ୮୦ ହଜାର ଟଙ୍କା ଉତ୍କଚ ଛିଡିଥିଲା।

ସୂଚନା ଅନୁଯାୟୀ ବିଲ ପୂର୍ବରୁ ଠିକାଦାର ଅଧାରୁ ଅଧିକ ଟଙ୍କା କନିଷ୍ଠ ଯନ୍ତ୍ରୀ ଙ୍କୁ ଦେଇଥିଲେଓ ପରେ ବିଲ ପାସ ହୋଇଥିଲା।ଏବଂ ଠିକାଦାର ଖାତାକୁ ବିଲ ଅର୍ଥ ମଧ୍ୟ ଯାଇଥିଲା। ହେଲେ ବିଲ ପୂର୍ବରୁ ହୋଇଥିବା ଡିଲ ଅନୁଯାୟୀ ଅବଶିଷ୍ଠ ଟଙ୍କା ଦେବାକୁ କନିଷ୍ଠ ଯନ୍ତ୍ରୀ କହିଥିବା ବେଳେ ଠିକାଦାର କିନ୍ତୁ ପ୍ରଥମେ ନିଜର ଅସହାୟ କହି ମନା କରିଥିଲେ ।ହେଲେ ଡିଲ ବେଳେ ଛିଡିଥିବା ଓ ଏହି କାମ କୁ ବୁଝା ବୁଝି କରୁଥିବା ଲୋକ କୁ ବାରମ୍ବାର କନିଷ୍ଠ ଯନ୍ତ୍ରୀ କହିବା ପରେ ଠିକାଦାର ଏନେଇ ଉପରିସ୍ଥ ଅଧିକାରୀ ଙ୍କୁ ଜଣାଇବା ସହିତ ଭୁବନେଶ୍ୱର ଭିଜିଲାନ୍ସ ର ଆଶ୍ରୟ ନେଇଥିଲେ। ଆଉ ସେହି ଅଭିଯୋଗ ପରେ ଆଜି- ଭିଜିଲାନ୍ସ ଜାଲରେ ଖୋର୍ଦ୍ଧା ବ୍ଲକ କନିଷ୍ଠ ଯନ୍ତ୍ରୀ ସଂଗୀତ ମହାପାତ୍ର ଧରା ହୋଇଛନ୍ତି। ଭିଜିଲାନ୍ସ ଟିମର ନିୟମ ଅନୁଯାୟୀ ରଙ୍ଗ ବୋଳା ଟଙ୍କା ୫୦ ହଜାର ଟଙ୍କା ଧରି ଠିକାଦାର ଆଜି ଖୋର୍ଦ୍ଧା ବ୍ଲକ ମଧ୍ୟରେ କନିଷ୍ଠ ଯନ୍ତ୍ରୀ ଙ୍କୁ ଲାଞ୍ଚ ଦେଇଥିବା ବେଳେ କନିଷ୍ଠ ଯନ୍ତ୍ରୀ ଉକ୍ତ ଟଙ୍କା ନିଜ ଅଫିସ ଆଲମୀରା ରେ ରଖିଥିଲେ।

ଆଉ ପୂର୍ବ ପ୍ରସ୍ତୁତି ଅନୁଯାୟୀ ଥିବା ଭିଜିଲାନ୍ସ , କନିଷ୍ଠ ଯନ୍ତ୍ରୀ ସଂଗୀତା ମହାପାତ୍ର ଙ୍କୁ କାବୁ କରିବା ସହିତ ଆଲମୀରା ଭାଙ୍ଗି ରଙ୍ଗ ବୋଳା ଟଙ୍କା ଜବତ କରିଥିଲେ।ପରେ ଅଧିକ ପଚରାଉଚରା ପାଇଁ ଭିଜିଲାନ୍ସ ଟିମ କନିଷ୍ଠ ଯନ୍ତ୍ରୀ ଙ୍କୁ ଭୁବନେଶ୍ୱର ନେଇଯାଇଥିବା ବେଳେ ସେଠାରେ ଭିଜିଲାନ୍ସ କେଶ ନମ୍ବର-୭/୨୦୨୪ ୟୁ ଏସ ୭ ପିସି ୨୦୧୮ ଅନୁଯାୟୀ ମାମଲା ରୁଜୁ କରି ତଦନ୍ତ ଚଳାଇଛି।ସୂଚନା ଅନୁଯାୟୀ ଖୋର୍ଦ୍ଧା ବ୍ଲକ ରେ ପୂର୍ବରୁ ଦୁଇ ଦୁଇ ଥର ଅନ୍ୟ ବିଭାଗରେ ଭିଜିଲାନ୍ସ ବିଭାଗ ଦ୍ୱାରା ଚଢ଼ାଉ କରାଯାଇ ଅଭିଯୁକ୍ତ ଙ୍କୁ ଗିରଫ କରାଯାଇଛି।ହେଲେ କର୍ମଚାରୀ ସୁଧୁରିବା ପରିବର୍ତ୍ତେ ଅଧିକ ଏହି ଲାଞ୍ଚ କାରବାରରେ ସାମିଲ ହେଉଛନ୍ତି।ତେବେ ଏହି ଟଙ୍କା କେବଳ କନିଷ୍ଠ ଯନ୍ତ୍ରୀ ଙ୍କ ପାଇଁ ଥିଲା ନା ଉପରିସ୍ତ ଅଧିକାରୀ ଙ୍କୁ ଦେବା ପାଇଁ ଆସିଥିଲା ତାହା ତଦନ୍ତ ସାପେକ୍ଷ।

Leave a Reply

Your email address will not be published. Required fields are marked *