୨୦ ଲକ୍ଷ ହଡ଼ପ କରି ବନ୍ଧାହେଲେ ଦାରିଙ୍ଗବାଡ଼ି ବିଇଓ ରସାନନ୍ଦ କର…
1 min readଠକୁଥିଲେ ଲକ୍ଷ ଲକ୍ଷ ଟଙ୍କା ।ଆଉ ସେହି ଟଙ୍କାକୁ ନେଇ ଡବଲ କରିବା ପାଇଁ ସେୟାର ମାର୍କେଟରେ ଲଗାଉଥିଲା । ଶିକ୍ଷକ ମାନଙ୍କ ଟଙ୍କା ଖାଇ ଏବେ ବନ୍ଧା ହେଲେ ବିଇଓ । ସୂଚନା ମୁତାବକ ଶିକ୍ଷକଙ୍କ ପାଇଁ ରହିଥିବା ନ୍ୟାସନାଲ ପେନସନ ସିଷ୍ଟମ (ଏନପିଏସ)ର ୨୦ ଲକ୍ଷ୍ୟ ଟଙ୍କାକୁ ଦୁଇଟି ପର୍ଯ୍ୟାୟରେ ୧୦ ଲକ୍ଷ୍ୟ ଲେଖାଏଁ ଗତ ଜାନୁଆରୀ ମାସରୁ ଦାରିଙ୍ଗବାଡ଼ି ବିଇଓ ନିଜ ଦରମା ଆକାଉଣ୍ଟକୁ ନେଇ, ସେହି ଟଙ୍କାକୁ ସେ ଜୋରଧା ନାମକ ଏକ ବ୍ରୋକିଙ୍ଗ ଶେୟାର ମାର୍କେଟରେ ବିନିଯୋଗ କରିଛନ୍ତି । ତେବେ ସରକାରୀ ଅର୍ଥ ହଡ଼ପ କରିଥିବା ଜାଣିବାକୁ ପାଇଁ ଭିଜିଲାନ୍ସ ଦୀର୍ଘ ଏକ ମାସ ଧରି ରସାନନ୍ଦଙ୍କ ଉପରେ ନଜର ରଖିଥିଲା ।
ତାଙ୍କ ବିରୋଧରେ ଭିଜିଲାନ୍ସ ସବୁ ପ୍ରମାଣ ପାଇବାପରେ ବୁଧବାର ଦିନ ସନ୍ଧ୍ୟାରେ ତାଙ୍କୁ ଉଠାଇ ନେଇଛି । ତାଙ୍କ ନାମରେ ଏକ ମାମଲା ରୁଜୁ କରିଛି । ଅନ୍ୟ ପକ୍ଷେ ଏହା ମଧ୍ୟ ସୂଚନା ରହିଛି ଯେ ବିଇଓ ରସାନନ୍ଦ କର ଏହି ଜୋରଧା ସେୟାର ମାର୍କେଟରେ ଦୀର୍ଘ ବର୍ଷ ହେଲା ଟଙ୍କା ଲଗାଇ ଆସୁଛନ୍ତି ।ନିଜ ଦରମା ଟଙ୍କା ସହ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଠାରୁ ଆଦାୟ କରୁଥିବା ବିଭିନ୍ନ ଟଙ୍କାକୁ ମଧ୍ୟ ସେ ଏହି ସେୟାର ମାର୍କେଟରେ ଲଗାଇ ଆସୁଛନ୍ତି । ତା ସହ ସରକାରୀ ବିଭିନ୍ନ ଆର୍ôଥକ ସୁବିଧା ସୁଯୋଗ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପ୍ରଦନ କରିବା ଆଳରେ ସେ ବହୁ ପରିମାଣର ଟଙ୍କା ଆଦାୟ କରିଆସୁଥିଲେ ।ଆଉ ଏହି ସବୁ ଟଙ୍କା କୁ ସେ ସେୟାର ମାର୍କେଟରେ ବିନିଯୋଗ କରୁଥିଲେ । ଆଜି ଯାଏଁ ସେ ଯେଉଁସବୁ ଦୁର୍ନୀତି କରିଆସୁଥିଲେ ତାର କୌଣସି ପତ୍ତା କେହି ପାଉନଥିଲେ । ଯାହାର ସବୁ କଳା ଚିଠା ପାଇବା ପରେ ବିଇଓ ମହାଶୟଙ୍କ ଗୁମର ଖୋଲିଛି ଭିଜିଲାନ୍ସ ।