Pratidin TV

Odisha's Digital News Platform

ଲାଞ୍ଚ ସହ ଧରାପଡିଲେ OSAP ଫାଷ୍ଟ ବାଟାଲିୟନ କମାଣ୍ଡେଣ୍ଟ ; ନଗଦ ୧୦ ଲକ୍ଷ ୭୦ ହଜାର ଟଙ୍କା ସହିତ ବାନ୍ଧିଲା ଭିଜିଲାନ୍ସ ……

1 min read

ଢେଙ୍କାନାଳ ; ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ପ୍ରଥମ ଟାଲିୟନର କମାଣ୍ଡାଣ୍ଟ ଲାଞ୍ଚ ସହ ଧରା ପଡିବା ଘଟଣା । ଓଡିଶା ଭିଜିଲାନ୍ସ ସୂଚନା ମୁତାବକ ଢେଙ୍କାନାଳ କପିଳାସ ରାସ୍ତା କାଇମାଟି ମେଘା ନିକଟ ରେ ଥିବା OSAP 1st ବାଟାଲିୟନ ର କମାଣ୍ଡାଣ୍ଟ ସୁନୀଲ ବେହେରା ଓଡିଶା ଭିଜିଲାନ୍ସ ଜାଲ ରେ ଛନ୍ଦି ହୋଇଯାଇଛନ୍ତି ।

ଗତକାଲି ସଂଧ୍ୟା ରେ ସୁନୀଲ ବାବୁ ତାଙ୍କ ଗାଡି ରେ କଟକ ବାସ ଭବନ ଯାଉଥିବା ବେଳେ CDA ର SECTOR-11 ନିକଟ ମଧୁସୂଦନ ସେତୁ ଠାରେ ଓଡିଶା ଭିଜିଲାନ୍ସ ସ୍ୱତନ୍ତ୍ର ଝଛଟଇଊ ତାଙ୍କ ଗାଡି କୁ ଅଟକାଇ ଥିଲା । ଗାଡି ଭିତରୁ ନଗଦ ୧ଲକ୍ଷ୍ୟ ୩୧ ହଜ଼ାର ୫୩୫ ଟଙ୍କା ଜବତ ହୋଇଛି । ଉକ୍ତ ଟଙ୍କା ସୁନୀଲ କେଉଁଠାରୁ ଆଣିଲେ ଓ କେଉଁ ଉଦ୍ଦେଶ୍ୟରେ ନେଇ ଯାଉଥିଲେ, ସେ ସଂପର୍କରେ କୌଣସି ସନ୍ତୋଷଜନକ ଉତ୍ତର ଦେଇ ନପାରିବାରୁ ଭିଜିଲାନ୍ସ ଟିମ୍ ତାଙ୍କର କଟକ ସ୍ଥିତ ଘରେ ଚଢ଼ାଉ କରିଥିଲା। ଏହାପରେ ଭିଜିଲାନ୍ସ ତାଙ୍କ କଟକ ବାସ ଭବନ ରୁ ମଧ୍ୟ ବେଆଇନ ନଗଦ ରାଶି ୧୦ଲକ୍ଷ ୧ହଜାର ୫୩୫ ଟଙ୍କା ଜବତ କରିଛି । ରାଜ୍ୟ ର ୫ଟି ସ୍ଥାନ ରେ ସୁନୀଲ ବେହେରାଙ୍କ ନାମରେ ରହିଥିବା ଘର ଗୁଡିକରେ ଭିଜିଲାନ୍ସ ବିଭାଗ ଖୋଳତାଡ଼ କରୁଛି । ପୁରୀ ଶ୍ରୀରାମ ନଗର ବାସଗୃହ ସମେତ ବ୍ରହ୍ମପୁର, କଟକ, ଭୁବନେଶ୍ୱର ଫ୍ଲାଟ, ଓ ଢେଙ୍କାନାଳ ସରକାରୀ ଗୃହ ରେ ଭିଜିଲାନ୍ସ ଛାନବିନ କରୁଛି । ସୁନୀଲ ବେହେରାଙ୍କ ବିରୁଦ୍ଧରେ ବେଆଇନ ଅର୍ଥ କାରବାର ଅଭିଯୋଗ ରହିଥିଲା ।

Advertisement

ବାଟାଲିୟନରେ କର୍ମଚାରୀ ମାନଙ୍କ ପ୍ରତି ଅନେକ ସମୟ ରେ ଖରାପ ବ୍ୟବହାର କୁ ନେଇ ଚର୍ଚ୍ଚା ରେ ଥିବା ସୁନୀଲ OSAP ରେ ସାରଜେଣ୍ଟ ରୂପେ କାର‌୍ୟ୍ୟଭାର ସମ୍ଭାଳି ଥିଲେ । ପଦୋନ୍ନତି ପାଇ କୋମାଣ୍ଡାଣ୍ଟ ହୋଇଥିଲେ । ତାଙ୍କର ଆଉ ମାତ୍ର ୨୧ ମାସ ୧ ଦିନ ଚାକିରୀ ଥିଲା । ସେ ୩୦ ଜୁନ ୨୦୨୫ ରେ ଅବସର ଗ୍ରହଣ କରିଥାନ୍ତେ । ତାଙ୍କର ଆୟ ବହିର୍ଭୁତ ସମ୍ପତି ର ସଠିକ ଆକଳନ କରି ଭିଜିଲାନ୍ସ ବିବରଣୀ ପ୍ରଦାନ କରିବ ।

Leave a Reply

Your email address will not be published. Required fields are marked *