ଅପରେଶନ ପାଇଁ ରୋଗୀଙ୍କ ଠାରୁ ଲାଞ୍ଚ ନେଉଥିଲେ ଡାକ୍ତର ବାବୁ , ଧରିଲା ଭିଜିଲାନ୍ସ ……
1 min readସୂବର୍ଣ୍ଣପୁର ; ଭିଜିଲାନ୍ସ ହାତରେ ଧରାପଡିଲେ ଡାକ୍ତର ବାବୁ। ଆଖି ଅପରେସନ ପାଇଁ ଟଙ୍କା ଲାଞ୍ଚ ନେଉଥିବାବେଳେ ମାଡ଼ି ବସିଲା ଭିଜିଲାନ୍ସ। ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଚକ୍ଷୁ ଡାକ୍ତର ସଂଜୀବ କୁମାର କର ଜଣେ ରୋଗୀଙ୍କ ମୋତିଆ ବିନ୍ଧୁ ଅପରେସନ ପାଇଁ ୫ ହଜାର ୫ ଶହ ଟଙ୍କା ଲାଞ୍ଚ ନେଉଥିବା ବେଳେ ରେଡ୍ ହେଣ୍ଡେଡ ଧରାପଡିଛନ୍ତି ସୁବର୍ଣ୍ଣପୁର ଭିଜିଲାନ୍ସ ହାତରେ ।
ସୂଚନା ଅନୁସାରେ ଯାଲୋଏ ଗାଁର ଲକ୍ଷ୍ମଣ ତ୍ରିପାଠୀଙ୍କ ଆଖି ଅପରେସନ ପାଇଁ ଡାକ୍ତର ବାବୁ ଟଙ୍କା ମାଗିଥିଲର । ସରକାରୀ ଚିକିତ୍ସାଳୟରେ ଏଭଳି କରିବା କେତେଦୂର ପ୍ରାଜୁଜ୍ୟ । ଏନେଇ ଲକ୍ଷ୍ମଣ ଭିଜିଲାନ୍ସକୁ ଅଭିଯୋଗ କରିଥିବାବେଳେ ଭିଜିଲାନ୍ସ ପକ୍ଷରୁ ଆଜି ଟଙ୍କା ନେବା ବେଳେ ଚଢ଼ାଉ କରିଛି ।
ତେବେ ଡାକ୍ତର ସଞ୍ଜୀବ କରଙ୍କ ବଲାଙ୍ଗୀର ସୁଦପଡା ସ୍ଥିତ ନିଜ ବାସଭବନ ଓ ସୁବର୍ଣ୍ଣପୁର ସହର ସ୍ଥିତ ସରକାରୀ ବାସ ଭବନରେ ବର୍ତ୍ତମାନ ତଲାସୀ ଚାଲିଥିବା ସୂଚନା ଦେଇଛି ଭିଜିଲାନ୍ସ ବିଭାଗ ।