Pratidin TV

Odisha's Digital News Platform

ପଡିଲା ମୁଖ୍ୟମନ୍ତ୍ରୀଙ୍କ ଚାପା ଘରେ ଘରେ ଚାଲିଛି ରେଡ୍ ,ଖଣି ଉପନିର୍ଦ୍ଦେଶକଙ୍କ ଘରେ ପସିଲା ଭଜିଲାନ୍ସ ….

1 min read

ରାଜ୍ୟରେ ତନାଘନା ଚାଲିଛି ରେଡ୍ । ପ୍ରତ୍ୟକ ଦିନ କେଉଁଠି ନା କେଉଁଟି ଚାଲିଛି ରେଡ୍ । ଆଉ ସରକାରୀ ବାବୁ ମାନଙ୍କ କଳାଧନ ବାହର କରୁଛି ଭିଜିଲାନ୍ସ ଟିମ୍ । ସେମିତି ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଖଣି ଉପନିର୍ଦ୍ଦେଶକ ଧରଣୀଧର ନାୟକଙ୍କ ଘରେ ରେଡ୍ ମାରିଛି ଭିଜିଲାନ୍ସ । ଧରଣୀଧରଙ୍କ ୫ ଠିକଣାରେ ଛାପା ମାରିଛି ଭିଜିଲାନ୍ସ ଟିମ୍ ।

ଧରଣୀଧରଙ୍କ ତାଳଚେର ବାସଭବନ, ତେଲକୋଇ ଥାନା ଛାମୁଣ୍ଡା ଗାଁରେ ଥିବା ପୈତୃକ ଘର, ଭୁବନେଶ୍ବର ଘର, ସିଂକୁଳବାହାଲରେ ଥିବା ମାର୍କେଟ କଂପ୍ଲେକ୍ସ ଓ କେନ୍ଦୁଝର ପଣ୍ଡାପଡ଼ା ଥାନା ପୁରମୁଣ୍ଡାରେ ଥିବା ଶ୍ବଶୂର ଘରରେ ଏକକାଳୀନ ରେଡ୍ ଚାଲିଛି।

Advertisement

ଅନ୍ୟପଟେ ରାୟଗଡ଼ା କାଶୀପୁର ବ୍ଲକର କନିଷ୍ଠ ଯନ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ଚୌଧୁରୀଙ୍କ ଘରେ ତୃତୀୟ ଦିନରେ ରେଡ୍ କରିଛି ଭିଜିଲାନ୍ସ । ଏବେ ସୁଦ୍ଧା ତାଙ୍କ ଠାରୁ ପ୍ରାୟ ୭୦ ଲକ୍ଷ ଟଙ୍କାର ସଂପତ୍ତି ଠାବ କଲାଣି ଭିଜିଲାନ୍ସ ।

Leave a Reply

Your email address will not be published. Required fields are marked *