Pratidin TV

Odisha's Digital News Platform

ପାଉଁରୁଟି ଫ୍ୟାକ୍ଟ୍ରିରୁ ଲାଞ୍ଚ ନେଉଥିଲେ ଫୁଡ୍ ସେଫ୍ଟି ଅଫିସର , ମାଡିବସିଲା ଭିଜିଲାନ୍ସ ।

1 min read

କେନ୍ଦ୍ରାପଡ଼ା ; ଭିଜିଲାନ୍ସ ପଞ୍ଝାରେ ଫୁଡ୍ ସେପ୍ଟି ଅଫିସର ବା ଖାଦ୍ୟ ସୁରକ୍ଷା ଅଧିକାରୀ । ପାଉଁରୁଟି ଫ୍ୟାକ୍ଟ୍ରି ଲାଇସେନ୍ସ ନବୀକରଣ ପାଇଁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କେନ୍ଦ୍ରାପଡା ଜିଲ୍ଲା ଖାଦ୍ୟ ସୁରକ୍ଷା ଅଧିକାରୀ ବିଭାସ ମଜୁମଦାରଙ୍କୁ କାବୁ କରିନେଲା ଭିଜିଲାନ୍ସ ।

ଆଜି ଏକ ନାଟକୀୟ ଶୈଳୀରେ ଏହି ଲାଞ୍ଚୁଆ ଅଧିକାରୀଙ୍କୁ ଲାଞ୍ଚ ଟଙ୍କା ସହ ମାଡି ବସିଛି ଭିଜିଲାନ୍ସ । ପାଉଁରୁଟି ଫ୍ୟାକ୍ଟ୍ରି ଲାଇସେନ୍ସ ନବୀକରଣ ପାଇଁସଞ୍ଜୟ ପ୍ରଧାନ ନାମକ ଜଣେ ବ୍ୟକ୍ତିଙ୍କୁ ଖାଦ୍ୟ ସୁରକ୍ଷା ଅଧିକାରୀ ବିଭାସ ମଜୁମଦାର ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ତେବେ ଆଜି ଟଙ୍କା ନେବା ପାଇଁ ଅଧିକାରୀ କଲେଜ୍ ଛକ ଅଞ୍ଚଳରେ ରାସ୍ତା କଡରେ ଛିଡା ହୋଇ ସଞ୍ଜୟ ଙ୍କୁ ଅପେକ୍ଷା କରିଥିଲେ । ଭିଡରେ ଲାଞ୍ଚ ଟଙ୍କା ନେଲାବେଳେ ଭିଜିଲାନ୍ସ ବିଭାଷଙ୍କୁ କାବୁ କରି ନେଇଥିଲା । ପରେ ବିଭାଷ ଙ୍କ ଭଡ଼ାଘରେ ଭିଜିଲାନ୍ସ ଚଢାଉ କରିଥିବା ଜଣାପଡିଛି ।

Advertisement

Leave a Reply

Your email address will not be published. Required fields are marked *