ଭିଜିଲାନ୍ସ ପଞ୍ଝାରେ ପୁର୍ତ୍ତ ବିଭାଗର ସହାକରୀ ଯନ୍ତ୍ରୀ , ଏକା ସାଙ୍ଗରେ ୭ଟି ଜାଗାରେ ଚାଲିଛି ଚଢାଉ ..
1 min readବାଲେଶ୍ୱର :ପୁଣି ଭିଜିଲାନ୍ସ ଜାଲରେ ସରକାରୀ ବାବୁ। ବାଲେଶ୍ଵର ଜିଲ୍ଲା ପୁର୍ତ୍ତ ବିଭାଗ-୨ରେ କାର୍ଯ୍ୟରତ ଅଜୟ ସେନାପତିଙ୍କ ଘରେ ଭିଜିଲାନ୍ସ ଚଢ଼ାଉ। ଅଜୟ ପୂର୍ତ୍ତ ବିଭାଗ-୨ରେ ସହକାରୀ ଯନ୍ତ୍ରୀ ଭାବରେ କାର୍ଯ୍ୟ କରୁଥିଲେ। ତାଙ୍କୁ ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ତାଙ୍କ ଭଡାଘର ସମେତ ସାତୋଟି ଜାଗାରେ ହେଉଛି ଚଢ଼ାଉ।
ପୁରୀରେ ଥିବା ଅଜୟଙ୍କ ପୈତୃକ ଘର ମଧ୍ୟ ଚଢ଼ାଉ ଜାରିରହିଛି। ଏହି ଚଢ଼ାଉ ରେ ୪ ଜଣ ଡ଼ିଏସପି, ୧୦ ଜଣ ଇନ୍ସପେକ୍ଟର ସମେତ ୨ ସବ ଇନ୍ସପେକ୍ଟର ଥିଲେ। ଚଢ଼ାଉ ସମୟରେ ନଗଦ ୧ଲକ୍ଷ ୨୫ ହଜାର ଟଙ୍କା, ସୁନା ଅଳଙ୍କାର, ଜମି ପଟା, ବ୍ୟାଙ୍କ ପସବୁକ, ଖଓଉ ବଣ୍ଡ ସହିତ ବ୍ୟାଙ୍କ ଲକର ଚାବି ଜବତ କରିଛି ଭିଜିଲାନ୍ସ।