GST ଅତିରିକ୍ତ କମିଶନରଙ୍କ ଘରେ ଭିଜିଲାନ୍ସ ରେଡ୍ ।
1 min readପୁଣି ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ଜିଏସଟି ଅତିରିକ୍ତ କମିଶନର ଙ୍କ ଘରେ ପଶିଲା ଭିଜିଲାନ୍ସ । ଯାଜପୁର CT&GST ଏନ୍ଫୋର୍ସମେଣ୍ଟ ଅତିରିକ୍ତ କମିଶନର ବିନୟ ଭୂଷଣ ତ୍ରିପାଠୀଙ୍କ ଘରେ ଆଜି ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ସରକାରୀ ଟିକସ ହେରଫେର ଅଭିଯୋଗରେ ଏହି ଚଢ଼ାଉ ହୋଇଥିବା ସୂଚନା ରହିଛି।
ପ୍ରାୟ ୫.୮୫ ଲକ୍ଷ ରାଜସ୍ୱ ହେରଫେର କରିଥିବା ଜଣାପଡ଼ିବା ପରେ ଛାନଭିନ କରୁଛି ଭିଜିଲାନ୍ସ ଟିମ୍ । । ବିନୟ ଭୂଷଣଙ୍କର ଭୁବନେଶ୍ୱର ୟୁନିଟ୍ ୨ରେ ଥିବା କ୍ୱାର୍ଟର୍ସ, ଉତ୍ତରାରେ ଥିବା ଫ୍ଲାଟ୍ ଓ ନିରାକାରପୁର ପଦ୍ମପରରେ ଥିବା ପୈତୃକ ଘର, ଫାର୍ମ ହାଉସ୍, କେନ୍ଦ୍ରାପଡ଼ା ପାଟକୁରା ଜଦୁପୁରରେ ଚଢ଼ାଉ କରାଯାଇଛି।
କଟକ ଭିଜିଲାନ୍ସ ଡିଭଜନ ପକ୍ଷରୁ ଏହି ଚଢ଼ାଉ କରାଯାଇଛି। ଏଥିରେ ୧୪ ଜଣ ଇନସ୍ପେକ୍ଟରଙ୍କ ସହ ୨୫ରୁ ଅଧିକ କର୍ମଚାରୀ ଏହି ଚଢ଼ାଉରେ ସାମିଲ ଥିବା ଜଣାପଡ଼ିଛି ।