Pratidin TV

Odisha's Digital News Platform

ଭିଜଲାନ୍ସ ପଞ୍ଝାରେ ସହକାରୀ ଯନ୍ତ୍ରୀ ; ରେଡ୍ ବେଳେ ଘରୁ ମିଳିଲା ହୀରା ହାର ସହ ଚାନ୍ଦି କଳସ…

ଭୁବନେଶ୍ୱର : ଏୟାରପୋର୍ଟରେ ସହକାରୀ ଯନ୍ତ୍ରୀଙ୍କୁ ମାଡିବସିଲା ଭିଜିଲାନ୍ସ । ଗତକାଲି କାଶ୍ମୀରରୁ ସହ ପରିବାର ଧରି ବିକାଶଚନ୍ଦ୍ର ଭୂଇଁଆ ଫେରୁଥିବା ବେଳେ ଏୟାର ପୋର୍ଟରେ ମାଡି ବସିଥିଲା ଭିଜିଲାନ୍ସ ଟିମ । ଆୟ ବହିର୍ଭୁତ ସମ୍ପତ୍ତିଠୁଳ ଅଭିଯୋଗରେ କଟକ ସଦର ବ୍ଲକ ସହକାରୀ ଯନ୍ତ୍ରୀ ବିକାଶଚନ୍ଦ୍ର ଭୂଇଁଆଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି। ଶ୍ରୀ ଭୂୟାଁଙ୍କର ଭୁବନେଶ୍ୱରର ସୌଭାଗ୍ୟ ନଗର ସ୍ଥିତ ଘର ସମେତ ମୋଟ ୪ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଚଢ଼ାଉ କରାଯାଇଛି।

ତେବେ ଭୂଇଁଆଙ୍କ ଘରୁ ପୁଳାପୁଳା ଏଟିଏମ କାର୍ଡ, ହୀରା ହାର , ଚାନ୍ଦୀ ଗଡୁ ଇତ୍ୟାଦି ମିଳିଥିବାବେଳେ ଘରର ଇଣ୍ଟେରିୟର ଡିଜାଇନ ଦେଖି ଭିଜିଲାନ୍ସ ଟିମ ତାଯୁବ ହୋଇଯାଇଛି । ତାସହ ଘର କିଚେନରେ ଏକ ସିକ୍ରେଟ୍ ରୁମ୍ ମଧ୍ୟ ଟିମର ସନ୍ଦେହ ବଢାଇଛି ।

ଭିଜିଲାନସ ଟିମ୍ କଟକ ଜିଲ୍ଲା ନରସିଂହପୁର ଥାନା ଅନ୍ତର୍ଗତ ଲେହେଙ୍ଗା ଗ୍ରାମ ସ୍ଥିତ ପୈତୃକ ଘର, ଭୁବନେଶ୍ୱର ଚକେଇସିଆଣି ସ୍ଥିତ ତାଙ୍କର ଜଣେ ସଂପର୍କୀୟଙ୍କ ଘର ସହିତ କଟକ ସଦର ବ୍ଲକ୍ ସ୍ଥିତ ତାଙ୍କ ଅଫିସ ରୁମ୍ରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଭିଜିଲାନ୍ସର ୩ ଜଣ ଡିଏସ୍ପି, ୪ ଜଣ ଇନ୍ସପେକ୍ଟର ଓ ଅନ୍ୟାନ୍ୟ କର୍ମଚାରୀ ଏହି ଚଢ଼ାଉରେ ସାମିଲ ହୋଇଛନ୍ତି।

Leave a Reply

Your email address will not be published. Required fields are marked *