Pratidin TV

Odisha's Digital News Platform

କ୍ରୀଡା ଶିକ୍ଷକଙ୍କ ଘରେ ଭିଜିଲାନ୍ସ : ଆଜି ୧୧ଟି ସ୍ଥାନରେ ରେଡ୍ ପକାଇଛି ଟିମ୍

1 min read

ଭୁବନେଶ୍ୱର : ବ୍ରହ୍ମପୁର ଜିଲ୍ଲାରେ କ୍ରୀଡା ଶିକ୍ଷକଙ୍କ ଘରେ ପଶିଲା ଭିଜିଲାନ୍ସ ।ସୂଚନା ଅନୁଯାୟୀ ପାତ୍ରପୁର ବ୍ଲକ ଜୟନ୍ତୀପୁର ହାଇସ୍କୁଲ ପିଇଟି ସାର ଜନାର୍ଦ୍ଦନ ସାହୁଙ୍କ ଘରେ ଆଜି ସକାଳ ସମୟରେ ଚଢାଉ କରିଛି ଭିଜିଲାନ୍ସ । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ପ୍ରାୟ ୧୧ଟି ସ୍ଥାନରେ ରେଡ୍ ପକାଇଛି ଭିଜିଲାନ୍ସ ।


ବ୍ରହ୍ମପୁର ଘର ସହ ଦନାର୍ଦ୍ଦନଙ୍କ ଲେଟ୍ରୋଲ ପମ୍ପ ଓ ଗ୍ୟାସ୍ ଗୋଦାମରେ ରେଡ୍ ପକାଯାଇଛି । ତେବେ ଜନାର୍ଦ୍ଧନଙ୍କର ବ୍ରହ୍ମପୁର ଅନନ୍ତନଗର ଲେନ୍ ନଂ୧ ରେ ଏକ ମହଲା ବିଶିଷ୍ଠ କୋଠା ଥିବାବେଳେ ତାହାର ମୂଲ୍ୟ ପାଖାପାଖି ୨ କୋଟି ହେବ । ଏଠାରେ ଜବତ ବେଳେ ଟିମ୍ ହାତରେ ଅଜସ୍ରହସ୍ର ଟଙ୍କା ସହ ସୁନାଗହଣା ପଡିଛି । ଏହା ସହ ୧୦ ରୁ ଉର୍ଦ୍ଧ ପ୍ଲଟର କାଗଜ ପତ୍ର ମିଳିଥିବା ବେଲେ ବହୁ ଇନସ୍ୟୁରାନ୍ସ କାଗଜପତ୍ର ମଧ୍ୟ ଜବତ ହୋଇଥିବା ଜଣା ପଡିଛି ।


ଏହାପରେ ଲେନ-୩ ରେ ଏକ ଭଡା ହଷ୍ଟେଲ ଚାଲୁଛି । ଜୟନ୍ତପୁରରେ ତାଙ୍କ ପୈତୃକ ଘର,ଅଫିସ୍ ,ପେଟ୍ରୋଲ ପମ୍ପ,ମଦ ବାଟି ,ଗ୍ୟାସ୍ ଗୋଦାମ ଇତ୍ୟାଦି ଉପରେ ମଧ୍ୟ ରେଡ୍ ପକାଇଛି ଭିଜିଲାନ୍ସ । ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ ଜଣେ ସରକାରୀ ପିଇଟି ସାର ହୋଇ ତାଙ୍କ ନିକଟରେ ଏତେ ପରିମାଣର ସମ୍ପତ୍ତି କେଉଁଠାରୁ ଆସିଲା ।

Leave a Reply

Your email address will not be published. Required fields are marked *