CHSE ଅଧିକାରୀ ବାବୁଙ୍କ ଘରେ ପଶିଲା ଭିଜିଲାନ୍ସ , ଚାଲିଛି ରେଡ୍ …
1 min readଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ର ରେକର୍ଡ ଯୋଗାଣଅଧିକାରୀ ଙ୍କ ଘରେ ଭିଜିଲାନ୍ସ ରେଡ । ଆଜି ସକାଳ ସମୟରେ ଶ୍ରୀଯୁକ୍ତ ପୁରେନ୍ଦ୍ର କୁମାର ସେଠୀ ଘରେ ଛପା ମାରିଚି ଭିଜିଲାନ୍ସ ବିଭାଗ। ଏକକାଳିନ ୩ ଜାଗାରେ ରେଡ ପକାଇଛି ଟିମ୍।
ସୂଚନା ଅନୁଯାୟୀ ଭୁବନେଶ୍ୱର କାନନ ବିହାର ପଟିଆ ଘରେ, କେଉପଡା ଅନନ୍ତପୁର, ଜଗତସିଂହପୁରରେ ପୈତୃକ ଘର, ସାମନ୍ତରାପୁର CHSE ଅଫିସ୍ ରେ ରେଡ ଚାଲିଛି । ଏଥିରେ ୩ ଜଣ dsp , ଜଣେ ମାନ୍ୟବର ସ୍ପେଶାଲ ଜଜ୍, ୫ ଏଏସ୍ଆଇ ରେଡ୍ ରେ ସାମିଲ ଅଛନ୍ତି।