ଭିଜିଲାନ୍ସ ଜାଲରେ ଇଡ୍କୋ ଆସିଷ୍ଟାଣ୍ଟ ମ୍ୟାନେଜର , ଏକାକଳୀନ ୭ଟି ସ୍ଥାନରେ ଚାଲିଛି ରେଡ୍
1 min readଭୁବନେଶ୍ୱର : ପୁଣି ଭିଜିଲାନ୍ସ ହାବୁଡରେ ଇଡ୍କୋ ଅଧିକାରୀ । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଇଡକୋ ଆସିଷ୍ଟାଣ୍ଟ ମ୍ୟାନେଜର ମନୋଜ କୁମାର ଲେଙ୍କାଙ୍କ ଘର ,ଅଫିସ୍ ସହିତ ୭ଟି ସ୍ଥାନରେ ଆଜି ସକାଳୁ ରେଡ୍ କରିଛି ଭିଜିଲାନ୍ସ ଟିମ୍ । ସୂଚନା ଅନୁଯାୟୀ ମନୋଜଙ୍କ ଭୁବନେଶ୍ୱର କୋରଡକଣ୍ଟା ଓ କେନ୍ଦ୍ରାପଡା , ପଟ୍ଟାମୁଣ୍ଡାଇରେ ଥିବା ୨ଟି ତିନି ମହଲା ବିଲ୍ଡିଂରେ ଚଢାଉ କରିଛି ଟିମ୍ ।
ଏହାସହ ତାଙ୍କର ଭୁବନେଶ୍ୱରରେ ଥିବା ଅଫିସ୍ , ପୁରୀରେ ଥିବା ଫ୍ଲାଟ୍ , ଉତ୍ତରାଛକରେ ଥିବା ଏକ ମାର୍କେଟ କମ୍ପେ୍ଲକ୍ସ ସହ ନିଳାଦ୍ରୀନଗରରେ ଥିବା ଏକ ଘର ଉପରେ ମଧ୍ୟ ଆଜି ଚଢାଉ ଚାଲିଛି । ସେହିପରି ଏହି ଚଢାଉରେ ୨ ଡିସିପିଙ୍କ ସହ ୧୦ ଜଣିଆ ଇନ୍ସପେକ୍ଟର ଟିମ୍ ମଧ୍ୟ ସାମିଲ ଥିବା ଖବର ମିଳିଛି ।