Pratidin TV

Odisha's Digital News Platform

ଜଟଣୀରେ ବଡ ଲାଞ୍ଚୁଆ , ଆସିଷ୍ଟାଣ୍ଟ ଇଞ୍ଜିନିୟର ନିବେଦିତା ଙ୍କ ପରେ ଏବେ ସ୍କାନରରେ ବିଡିଓ ।

ଜଟଣୀ ; ଜଟଣୀ ବ୍ଲକରେ ଭିଜିଲାନ୍ସ ଟିମ । ଚାଲିଛି ଖୋଳତାଡ଼ ,ପିସି କାରବାରରେ ଆଉ କିଏ ସମ୍ପୃକ୍ତ ତାର ହେବ ତଦନ୍ତ ?ଆସିଷ୍ଟାଣ୍ଟ ଇଞ୍ଜିନିୟର ନିବେଦିତା ମହାନ୍ତି ୫୦ ହଜାର ଲାଞ୍ଚ ନେଇ ଧରା ପଡିବା ପରେ ଭିଜିଲାନ୍ସ ସ୍କାନରରେ ଏବେ ଜଟଣୀ ବିଡିଓ ରଶ୍ମିତା ନାଥ ଏବଂ ଜେଇ ସମେତ ଅନ୍ୟ କର୍ମଚାରୀ । ବିଭିନ୍ନ ପଞ୍ଚାୟତର ଫାଇଲ ଯାଞ୍ଚ ଚାଲିଛି ।

ତେବେ ଜଟଣୀ ବ୍ଲକରେ ସାଙ୍ଘାତିକ ପିସି କାରବାର ହେଉଥିବା ନେଇ ଉପାଧ୍ୟକ୍ଷା ଅଭିଯୋଗ କରିବା ପରେ ବିଡ଼ିଓ ଙ୍କ ସପକ୍ଷରେ ବାହାରିଥିବା ସରପଞ୍ଚଙ୍କ ପ୍ରତିକ୍ରିୟା ଶୁଣନ୍ତୁ ।

ସେପଟେ ଆଜି ଭିଜିଲାନ୍ସ ଟିମକୁ ଦେଖି ବ୍ଲକ କର୍ମଚାରୀ ଙ୍କ ମୁହଁ ଶୁଖି ଗଲାଣି । ବିଭିନ୍ନ ପଞ୍ଚାୟତର ଫାଇଲ ମାଗିବାରୁ ବ୍ଲକର ବଡ଼ବାବୁ ଙ୍କ ସମେତ ଅନ୍ୟ କର୍ମଚାରୀ ମାନେ ହଡବଡେଇ ଯାଇଛନ୍ତି । ନିବେଦିତା ମହାନ୍ତି ନେଉଥିବା ପିସି ରେ କାହାର କେତେ ଭାଗ ତାକୁ ନେଇ ଚାଲିଛି ଖୋଳତାଡ଼ ।

Leave a Reply

Your email address will not be published. Required fields are marked *