Pratidin TV

Odisha's Digital News Platform

ଘରେ ଭିଜିଲାନ୍ସକୁ ଦେଖି ଅଚେତ୍ ହେଲେ କନିଷ୍ଠ ଯନ୍ତ୍ରୀ ; ରାତିସାରା ଚାଲିଲା ରେଡ୍ ….

ରାୟଗଡା ; ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକର କନିଷ୍ଠ ଯନ୍ତ୍ରୀ ପୂର୍ଣ୍ଣ ଚନ୍ଦ୍ର ଚୌଧୁରୀ ଙ୍କୁ ଗତ କାଲି ରାୟଗଡ଼ା ଦୁର୍ନୀତି ନିବାରଣ ବିଭାଗ ନିଜ ବାସଭବନ ରେ ୨୫ହଜାର ଟଙ୍କା ଠିକାଦାର ଠାରୁ ଲାଞ୍ଚ ନେବା ବେଳେ ଧରାପଡିଥଲେ । ଏହା ପରେ ଭିଜିଲାନ୍ସ ବିଭାଗ ଗିରଫ କରିବା ସମୟରେ କନିଷ୍ଠ ଯନ୍ତ୍ରୀ ପୂର୍ଣ୍ଣ ଚନ୍ଦ୍ର ଚୌଧୁରୀ ଙ୍କ ବ୍ଲଡ଼ ପ୍ରେସର ବଢିଯିବା ସହ ଚେତା ହରାଇ ଟଳି ପଡ଼ିଥିଲେ। ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନେଇ ପରୀକ୍ଷା କରାଯାଇଥିଲା।

ଗତକାଲି ୫ଟା ରୁ ରାତି ୩ ଟା ପର୍ଯ୍ୟନ୍ତ ଭିଜିଲାନ୍ସ ବିଭାଗ ତାଙ୍କ ସମ୍ପତ୍ତି ଖୋଳତାଡ କରୁଥିବା ବେଳେ,ତାଙ୍କ ଠାରୁ ୨୫ ଭରି ସୁନା , ୧୪ ଲକ୍ଷ ୮୦ ହଜାର ନଗଦ ଟଙ୍କା ,ତାଙ୍କ ପତ୍ନୀ ଙ୍କ ନାମରେ ୪ ଗୋଟି ଫ୍ଲାଟ୍ ,ରାଣିଗୁଡ଼ା ରେ ୩ ମହଲା ଘର ଓ ଟିକିରି ଠାରେ ଗୋଟିଏ ଘର ଯାହାକି ଏକ କୋଟିରୁ ଉର୍ଦ୍ଧ୍ବ ହେବ ବୋଲି ଅନୁମାନ କରାଯାଉଛି,ତାହା ସହିତ ଦୁଇଟି ଚାରି ଚକିଆ ଯାନ ଦୁଇଟି ୨ଚକିଆ ସହିତ ୨ ଗୋଟି ବ୍ୟାଙ୍କ୍ ଲକର୍‌କୁ ବର୍ତ୍ତମାନ ସୁଦ୍ଧା ଜବତ୍ କରି ତଦନ୍ତ ଜାରି ରଖିଛି ଭିଜିଲାନ୍ସ, ଯାହାକି ରାୟଗଡାଜିଲ୍ଲା ରେ ଚର୍ଚ୍ଚାର ବିଷୟ ପାଲଟିଛି।

Leave a Reply

Your email address will not be published. Required fields are marked *