ଭିଜିଲାନ୍ସ ପଞ୍ଝାରେ କନିଷ୍ଠ କିରାଣୀ , ଚାଲିଛି ୬ ଟି ସ୍ଥାନରେ ରେଡ୍
1 min readଭୁବନେଶ୍ୱର : ପୁଣି ନୂଆବର୍ଷ ଆରମ୍ଭରୁ ଭିଜିଲାନ୍ସର ଦମନଳିଲା । ଏଥର ଜାଲରେ ପଡିଗଲେ କନିଷ୍ଠ କିରାଣୀ ନନ୍ଦୀ କିଶୋର ନାଥ । ସେ ରାଉଲକେଲାର RW ଡିଭିଜନ୍ ଯନ୍ତ୍ରୀଙ୍କ ଅଫିସରେ କାର୍ଯ୍ୟରତ ଅଛନ୍ତି । ତାଙ୍କ ନାରେ ଆୟବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗ ପରେ ଆଜି ସକାଳୁ ଘରେ ରେଡ୍ ପକାଇଛି ଭିଜିଲାନ୍ସ ଟିମ୍ । କିଶୋର ନାଥଙ୍କ ଅଫିସ୍ ସହ ସମ୍ପୂର୍ଣ୍ଣ ୬ ଟି ସ୍ଥାନରେ ରେଡ୍ ।
ଆଜି ସକାଳୁ ସକାଳୁ ରାଉରକେଲା ପାନପୋଷ ନିକଟରେ ଥିବା ନନ୍ଦୀ କିଶୋରଙ୍କ ସରକାରୀ କ୍ୱାର୍ଟର୍ସ, ଭୁବନେଶ୍ୱରର ଲକ୍ଷ୍ମୀସାଗରରେ ଥିବା ଫ୍ଲାଟ, ବରଗଡ଼ରେ ଥିବା ପୈତୃକ ଘର, ରାଉରକେଲାରେ ଥିବା ଅଫିସ ଚାମ୍ବର, ସମ୍ବଲପୁର ଅଇଁଠାପଲ୍ଲୀରେ ଥିବା ଘର, ସମ୍ବଲପୁରରେ ଥିବା ସମ୍ପର୍କୀୟଙ୍କ ଘରେ ରେଡ୍ ପକାଇଛି ଟିମ୍ ।
ସୂଚନାଯୋଗ୍ୟ ଯେ ଏହି ଚଢ଼ାଉରେ ୩ ଡିଏସ୍ପି, ୯ ଇନ୍ସପେକ୍ଟର, ଜଣେ ଏସ୍ଆଇ, ୨ ଜଣ ଏଏସ୍ଆଇ ପ୍ରମୁଖ ସାମିଲ ହୋଇଛନ୍ତି। କିନ୍ତୁ ବର୍ତ୍ତମାନ ସୁଦ୍ଧା ଟିମ୍ କଣ କଣ ତଥ୍ୟ ପାଇଛି ବା କଣ ସିଜ୍ କରିଛି ତାହା ସ୍ଫଷ୍ଟ ଜଣାପଡିନାହିଁ ।