RTO ବାବୁଙ୍କ ଘରେ ଭିଜିଲାନ୍ସ ରେଡ୍ , ଏକକାଳୀନ ୧୦ଟି ସ୍ଥାନରେ ଚଢ଼ାଉ …
1 min readଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢ଼ଉ । ବୌଦ୍ଧ RTO ବସନ୍ତ କୁମାର ମହାପତ୍ର ଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି । ବୌଦ୍ଧ, ଗଞ୍ଜାମ ଏବଂ ଭୁବନେଶ୍ୱର ର ୧୦ ଟି ସ୍ଥାନରେ ଏକ କାଳିନ ଚଢଉ କରୁଛି ଭିଜିଲାନ୍ସ । ଏହି ଚଢଉ ରେ ସାମିଲ ଅଛନ୍ତି ୨ଜଣ ଅତିରିକ୍ତ DSP ୬ଜଣ DSP, ୬ଜଣ ଇନସିପେକ୍ଟର ଏବଂ ଅନ୍ୟାନ୍ୟ ଭିଜିଲାନ୍ସ ଅଧିକାରୀ ।
ବୌଦ୍ଧ RTO ଅଫିସ ସମେତ, ଭଞ୍ଜନଗର ର ପୈତୃକ ଘର, ବ୍ରହ୍ମପୁର ର ସମ୍ପର୍କୀୟ ଙ୍କ ଘର, ବୌଦ୍ଧ ର ଭଡାଘର, ରଙ୍ଗମାଟିଆ ର ହରପ୍ରିୟା ଏନକ୍ଳେଭ ରେ ଫ୍ଲାଟ, ଶୈଳଶ୍ରୀବିହାର ୱେଷ୍ଟ ଏଣ୍ଡ ଆପାର୍ଟମେଣ୍ଟ ରେ ଫ୍ଲାଟ, କଳ୍ପନା ରୟାଲ ରେସିଡେନ୍ସୀ ରେ ଥ୍ରୀ BHK ପ୍ଲାଟ, କଳାରାହାଙ୍ଗ Z-1 ଇଷ୍ଟେଟ ରେ ଫ୍ଲାଟ, ଉତ୍କଳ କନିକା ଗେଲେରିଆ ରେ ଦୁଇଟି କମରସିଆଲ ସପିଙ୍ଗ କମ୍ପ୍ଲେକ୍ସ, ପାହାଳ ଉତ୍କଳ ସିଗ୍ନେଚର ରେ ଗୋଟିଏ ରୁମ ଠାବ କରିଛି ଭିଜିଲାନ୍ସ ।