Pratidin TV

Odisha's Digital News Platform

ସ୍କୁଲରେ ପଶିଲା ଭିଜିଲାନ୍ସ : ଅଧ୍ୟକ୍ଷଙ୍କ ନାରେ ଅଭିଯୋଗ,ହଡପ୍ ହେଉଛି ବିକାଶମୂଳକ ଟଙ୍କା

ମୋହନା : ଗଜପତି ଜିଲ୍ଲା ଆର ଉଦୟଗିରି ବ୍ଲକ ରାମଗିରି ସ୍ଥିତ ମହେନ୍ଦ୍ରଗିରି ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଭିଜିଲାନ୍ସ ଟିମ ଚଢାଉ କରିଛି । ବିଦ୍ୟାଳୟର ଅଧ୍ୟକ୍ଷଙ୍କ ନାମରେ ଆର୍ଥିକ ହେର ଫେର ସହ ଅଧ୍ୟାପକ ଅଧ୍ୟାପିକା ନିଯୁକ୍ତିରେ ମହାଘୋଟାଲା ନେଇ ପୂର୍ବରୁ ଅଭିଯୋଗ ହୋଇ ଆସୁଥିଲା । ତେଣୁ ଆଜି ଭିଜିଲାନ୍ସଟିମ୍ ଇନିସ୍ପେକ୍ଟର ବୈଦେହି ବେହେରା ସହ ଅନ୍ୟ ମାନେ ପହଞ୍ଚି ତଦନ୍ତ କରିବା ସହ ଅନେକ ଆବଶ୍ୟକୀୟ କାଗଜ ପତ୍ର ଜବତ କରି ନେଇଛନ୍ତି।

ତେବେ ଏନେଇ ବିଦ୍ୟାଳୟର ପୁର୍ବତନ ସଂପାଦକ ମାଧବ ବେହେରା କହିଛନ୍ତି ଯେ ଏହି ବିଦ୍ୟାଳୟରେ ଅନେକ ଥର ତଦନ୍ତ ପାଇଁ ଟିମ୍ ଆସିଛନ୍ତି କିନ୍ତୁ ଫଳ ସୁନ୍ । ଏଥର ଆଶା କରିଛୁ ଯେ ବର୍ତ୍ତମାନ ଯେଉଁ ତଦନ୍ତକାରୀ ଟିମ୍ ଆସିଛନ୍ତି ସେ ନିରପେକ୍ଷ ଭାବେ ତଦନ୍ତ କରନ୍ତୁ ଆଉ ନ୍ୟାୟ ଦିଅନ୍ତୁ । ଏହି ବିଦ୍ୟାଳୟରେ ଅନେକ ଡେଭଲପମେଣ୍ଟ ପାଇଁ ଲକ୍ଷ ଲକ୍ଷ ଟଙ୍କା ଆସୁଛି କିନ୍ତୁ ସବୁ ବାଟବଣା ହେଉଛି । ଏହି ଟଙ୍କା କୁଆଡେ ଯାଉଛି ଏବଂ କିଏ ହଡପ୍ କରୁଛି ଆଉ ଏଥିରେ କେଉଁମାନେ ସବୁ ସପୃକ୍ତ ଅଛନ୍ତି ସେସବୁ ସତ ତଦନ୍ତକାରୀ ଟିମ୍ ତଦନ୍ତକରୀ ସାମ୍ନାକୁ ଆଣନ୍ତୁ ।

ତେବେ ଭିଜିଲାନ୍ସ ଟିମ୍ ଆସିଥିବା ମହିଳା ଅଧିକାରୀ ବୈଦେହି ବେହେରା କହିଛନ୍ତି ଯେ ଏହା ଆମ ଗୁପ୍ତ ମିଶନ । ଯାହ ଆମେ ଗଣମାଧ୍ୟମ ଆଗରେ ପ୍ରକାଶ କରିପାରୁନାହିଁ । । ଅନ୍ୟପଟେ ବିଦ୍ୟାଳୟ ଅଧ୍ୟକ୍ଷଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

Leave a Reply

Your email address will not be published. Required fields are marked *