ରେଡ୍ ପରେ ରେଡ୍ , ଖୋଲୁଛି ସରକାରୀ ବଡ ବାବୁଙ୍କ ସମ୍ପତ୍ତିର ପେଡି ।
1 min readରେଡ୍ ପରେ ରେଡ୍ , ଆକ୍ସନ ମୁଡରେ ଭିଜିଲାନ୍ସ ଟିମ୍ । ଜଣକ ପରେ ଜଣେ ବଡ଼ ଅଧିକାରୀଙ୍କୁ କରୁଛି ଟାର୍ଗେଟ। ଆଉ ଚଢାଉ ପରେ ଯାହା ବାହାରୁଛି ତାକୁ ଦେଖି ଅବାକ୍ ହୋଇପଡୁଛନ୍ତି ରାଜ୍ୟବାସୀ । କାହା ଘରୁ ହୀରାର ପୁଳା ପୁଳା ହାର ତ କାହା ଘରୁ ସୁନା , ରୂପାର ମୂର୍ତ୍ତି । ଙ୍କ ଅମାପ ସମ୍ପତ୍ତି ଦେଖି ଭିଜିଲାନ୍ସ ଅଧିକାରୀଙ୍କ ସମେତ ସାଧାରଣ ଲୋକେ ବି ତାଜୁବ ।
ତେବେ ନିକଟରେ ଇଞ୍ଜିନୟର ବାବୁଙ୍କ ଘରୁ ଅମାପ ମାପ ସମ୍ପତ୍ତି ପରେ ଆଜି କେନ୍ଦ୍ରାପଡା ଆଡିଶିନାଲ ସି.ଏସ.ଓ ପ୍ରଦୀପ କୁମାର ମହାପାତ୍ର ଙ୍କ ଅଫିସ୍ ସମେତ ପାଞ୍ଚଟି ସ୍ଥାନରେ ଭିଜିଲାନ୍ସ ଚଢାଉ କରିଛି । ପ୍ରଦୀପ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିଥିବା କୋର୍ଟରେ ଏକାଧିକ ପିଟିସନ ହୋଇଥିଲା। ପରେ ଘଟଣା ତଦନ୍ତ କରାଯାଇ ଆଜି ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି।
ପ୍ରଦୀପଙ୍କ କଟକ ନୂଆପଡ଼ାରେ ଥିବା ପୈତୃକ ଘର ସମେତ କଟକ ମଧୁପାଟଣାରେ ଥିବା ଘର,ଭୁବନେଶ୍ୱର ଲିଙ୍ଗିପୁରରେ ଥିବା ୨ ମହଲା କୋଠା, କଟକ କଲ୍ୟାଣପୁରରେ ଥିବା ସମ୍ପର୍କୀୟ ଘର ଓ କେନ୍ଦ୍ରାପଡ଼ାଥିବା ଘର ଓ ଅଫିସରେ ଚଢ଼ାଉ କରାଯାଇଛି।ଏହି ଚଢ଼ାଉରେ ୪ ଜଣ ଡିଏସପି, ୫ ଜଣ ଇନ୍ସପେକ୍ଟର ସହ ଅନ୍ୟ ଭିଜିଲାନ୍ସଅଧିକାରୀ ସାମିଲ ହୋଇଛନ୍ତି।