Pratidin TV

Odisha's Digital News Platform

ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

1 min read

ଭୁବନେଶ୍ୱର : ପୁଣି ସରକାରୀ କର୍ମଚାରୀଙ୍କ ଘରେ ଭିଜିଲାନ୍ସ ରେଡ୍ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ସୋମବାର ସକାଳେ ଅର୍ଥାତ୍ ଆଜି ଉଦଳା ଗ୍ରାମ୍ୟ ଜଳ ଓ ପରିମଳ ବିଭାଗ (RWSS) ର ସହକାରୀ ନିର୍ବାହୀ ଯନ୍ତ୍ରୀ ରବି ନାରାୟଣ ପଣ୍ଡାଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି।

ଶ୍ରୀ ରବି ନାରାୟନ ପଣ୍ଡା ଆରଡବ୍ଲୁଏସ୍ ଭାବେ ଉଦଲା ସବ୍-ଡିଭିଜନ୍ କାର୍ଯ୍ୟରତ ଥିଲେ । ମୋଟ ୮ ଟି ସ୍ଥାନରେ ରେଡ୍ ପକାଇଛି ଭିଜିଲାନ୍ସ । ଚଢାଉ ସମୟରେ ଅନେକ ଗୁଡ଼ିଏ ପ୍ଲଟ୍ ଓ ଫ୍ଳାଟ ଠାବ କରିଛି ଭିଜିଲାନ୍ସ।
ମୟୁରଭଋଞ୍ଜ ଉଦଳା ରେ ଥିବା ଜଡଝଝ ଅଫିସ ଓ ସରକାରୀ ଭବନ , କେନ୍ଦ୍ରପଡ଼ାରେ ଥିବା ତାଙ୍କ ପୈତୃକ ଘର, କେନ୍ଦ୍ରାପଡ଼ାରେ ଥିବା ତାଙ୍କ ସମ୍ପର୍କୀୟଙ୍କ ଘର, ଖଣ୍ଡଗିରି ଆଇଗଣିଆ ଅଞ୍ଚଳରେ ୩ ତାଲା ବିଲ୍ଡିଂ,ପାତ୍ରପଡ଼ା ଅଞ୍ଚଳରେ ଥିବା ଏକ ଫ୍ଲାଟ୍, ଖଣ୍ଡଗିରି ଶପିଂ ପ୍ଲାଜାରେ ଥିବା କନସଲଣ୍ଟାସି ବ୍ୟବସାୟ, ନୟାପଲ୍ଲୀ ଅଞ୍ଚଳରେ ଥିବା ତ୍ରିବେଣୀ ଅଟୋ ଟେକ୍ସ ପ୍ରାଭେଟ୍ ଲିମିଟେଡ୍ରେ ଏକ ପ୍ଲଟ୍ ଉପରେ ଚଢାଉ କରିଛି ଟିମ୍ ।

Advertisement

ଜଣେ ଅତିରକ୍ତ ଏସ୍ପି, ୫ ଜଣ ଇନ୍ସପେକ୍ଟର,ଜଣେ ସବ୍ ଇନ୍ସପେକ୍ଟର,୧୧ଜଣ ଏଏସ୍ଆଇ ଓ ପୁଲିସ୍ ଟିମ୍ ଏହି ଚଢ଼ାଉ ସାମିଲ ହୋଇଛନ୍ତି। ଚଢ଼ାଉ ଶେଷ ହୋଇ ନ ଥିବାରୁ ମୋଟ ସମ୍ପତ୍ତିର ଆକଳନ ହୋଇପାରିନି। ଚଢ଼ାଉ ଶେଷ ହେବା ପରେ ଏ ସମ୍ପର୍କରେ ସୂଚନା ଦିଆଯିବ ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି।

Leave a Reply

Your email address will not be published. Required fields are marked *