Pratidin TV

Odisha's Digital News Platform

ଭିଜିଲାନ୍ସ ଜାଲରେ ପଡିଲେ କୋଟିପତି ଜେଇ…

ଭିଜିଲାନ୍ସ ଜାଲରେ ପଡିଲେ କୋଟିପତି ଜେଇ । ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ବାନ୍ଧିଲା ପୋଲିସ । ୨ ଦିନ ଧରି କୋଟି ପତି ଜେଇ ପ୍ରସନ୍ନ ପାଣିଙ୍କୁ ଭିଜିଲାନ୍ସ ଜେରା କରୁଥିଲା । ଗତକାଲି ଏକକାଳୀନ ୯ ଟି ସ୍ଥାନରେ ଚଢାଉ ଛାପା ମାରିଥିଲା ଭିଜିଲାନ । ଭୁବନେଶ୍ୱର, ଅନୁଗୁଳ ଓ ପୁରୀର ସମେତ ଅନ୍ୟସ୍ଥାନ ଗୁଡିକରେ ଏହି ଚଢ଼ାଉ କରିଥିଲା ଭିଜିଲାନ୍ସ ଟିମ । ତେବେ ଭିଜିଲାନ୍ସ ଜାଲରେ ଧରାପଡିଥିବା ଏହି କୁବେର ବାବୁଙ୍କ ପାଖରେ ଗଚ୍ଛିତ ଥିଲା କୋଟି କୋଟି ଟଙ୍କାର ସମ୍ପତ୍ତି । ୨୭ଟି ପ୍ଲଟ, ୬୪.୧୮ ଲକ୍ଷ ଟଙ୍କାର ଜମା ରାଶି, ୮୩୨ ଗ୍ରାମର ସୁନା ଅଳଙ୍କାର ଏବଂ ୩.୩୩ ଲକ୍ଷ ଟଙ୍କାର ନଗଦ ଟଙ୍କା ଜବତ କରାଯାଇଛି । ଅନ୍ୟପଟେ ଆଜି କୋଟିପତି ଜେଇଙ୍କୁ ଭିଜିଲାନ୍ସ ସ୍ପେଶାଲ ଜଜଙ୍କ ଆଗରେ ହାଜର କରାଯାଇଛି ।

Leave a Reply

Your email address will not be published. Required fields are marked *