ଲାଞ୍ଚ ନେଉଥିଲେ ଅମିନ , ଧରିଦେଲା ଭିଜିଲାନ୍ସ
1 min readଲାଞ୍ଚ ନେଉଥିଲେ ଲାଞ୍ଚୁଆ ଅମିନ । ମାଡିବସିଲା ଭିଜିଲାନ୍ସ । କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ତହସିଲ ଅଫିସର ଅମିନ ଉମାକାନ୍ତ ବେହେରା ଦୁଇ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ଜିଲା ଭିଜିଲାନ୍ସ ଟିମ ଅମିନଙ୍କୁ ଉଠାଇ ଜିଲା କାର୍ଯ୍ୟଳୟକୁ ନେଇଛି।
ମିଳିଥିବା ସୂଚନା ଅନୁସାରେ, ଆରପି କେଶ ନମ୍ବର ସହ ଅଡିଓ ନେଇ ମହାକାଳପଡା ପଞ୍ଚାୟତ କେୟାରବାଙ୍କ ଗ୍ରାମର ସୁଶାନ୍ତ ବିଶ୍ବାଳ କଟକ ଭିଜିଲାନ୍ସ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ । ପୂର୍ବ ଯୋଜନା ମୁତାବକ ଆଜି ପୂର୍ବାହ୍ନରେ ଏକ ଟିମ ଅଫିସ ମଧ୍ୟରେ ଛକି ରହିଥିଲା । ଉମାକାନ୍ତ ଅଭିଯୋଗକାରୀ ସୁଶାନ୍ତଙ୍କ ନିକଟରୁ ଲାଞ୍ଚ ଟଙ୍କା ନେଉଥିବା ବେଳେ ରେଡ ହ୍ୟାଣ୍ଡରେ ଟଙ୍କା ଜବତ କରିଛି ଭିଜିଲାନ୍ସ ।ପରେ ଉଭୟ ଅଭିଯୋଗକାରୀ ଏବଂ ଲାଞ୍ଚୁଆ ଅମିନକୁ ସେଠାରୁ କେନ୍ଦ୍ରାପଡା ଭିଜିଲାନ୍ସ ଅଫିସକୁ ନିଆଯାଇଛି । ଅନ୍ୟପଟେ ସରକାରୀ ଅମିନଙ୍କ ଭଡାଘର ସମେତ ପୈତୃକ ଘରେ ଚଢାଉ ଜାରି ରହିଛି ।