Pratidin TV

Odisha's Digital News Platform

ମିଳିଗଲା ପରିବାରର ସ୍ୱୀକୃତି , ଖୁବଶୀଘ୍ର ବିବାହ କରିବେ ରଶ୍ମିକା ଓ ବିଜୟ!

ନ୍ୟାସନାଲ କ୍ରସ ଭାବରେ ପରିଚିତ ରଶ୍ମିକା ମନ୍ଦାନାଙ୍କୁ ନେଇ ସବୁଠି ଚର୍ଚ୍ଚା । ଏବେ ଶୁଣିବାକୁ ମିଳୁଛି ଖୁବ୍ ଶୀଘ୍ର ବିବାହ ବନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି ରଶ୍ମିକା । ତେବେ ଏବେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ କାହାକୁ ବିବାହ କରବେ ? କିଏ ହେବ ତାଙ୍କର ଜୀବନ ସାଥୀ ? ସେ ଆଉ କେହି ନୁହନ୍ତି , ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରୀର ସୁପରଷ୍ଟାର୍ ବିଜୟ ଦେବରକୋଣ୍ଡା । ତାଙ୍କ ଷ୍ଟାଇଲିସ୍ ଲୁକ୍ ସହିତ ଚମତ୍କାର ଅଭିନୟ ପାଇଁ ସେ ମଧ୍ୟ ରଶ୍ମିକାଙ୍କ ପରି ବେଶ ଲୋକପ୍ରିୟ । କେବଳ ସାଉଥ୍ ଇଣ୍ଡଷ୍ଟ୍ରି ନୁହେଁ ପୁରା ଭାରତରେ ସେ ରାଜ କରନ୍ତି । ପୂର୍ବରୁ ମଧ୍ୟ ରଶ୍ମିକା ଓ ବିଜୟ ଦେବରକୋଣ୍ଡାଙ୍କ ମଧ୍ୟରେ ରିଲେସନଶିପ୍ ଥିବା ନେଇ ଅନେକ ଚର୍ଚ୍ଚା ହୋଇଆସୁଛି ।

ଦୁହିଁଙ୍କୁ ଅନେକ ସମୟରେ ଏକାଠି ଦେଖିବାକୁ ମଧ୍ୟ ମିଳେ । ଏହାବ୍ୟତୀତ ଦୁହେଁ ଛୁଟି ମନାଇବାକୁ ମଧ୍ୟ ଏକାଠି ଯାଆନ୍ତି । ହେଲେ ରଶ୍ମିକା ଓ ବିଜୟ କେବେବି ଏସବୁ ଖବରକୁ ନେଇ ପ୍ରତିକ୍ରିୟା ଦେଇନାହାନ୍ତି । ତେବେ ଏହାରି ମଧ୍ୟରେ ଶୁଣିବାକୁ ମିଳୁଛି ଯେ ଦୁହେଁ ଖୁବଶୀଘ୍ର ବିବାହ କରିବାକୁ ଯାଉଛନ୍ତି । ତା ସହିତ ତାଙ୍କର ନିର୍ବନ୍ଧ ତାରିଖ ମଧ୍ୟ ସ୍ଥିର ହୋଇସାରିଲାଣି । ଫିଲ୍ମ ‘ଗୀତା ଗୋବିନ୍ଦମ୍‌’ରେ ଦୁହିଁକୁ ଏକାଠି ଦେଖିବାକୁ ମଳିଥିଲା । ଫିଲ୍ମର ସୁଟିଂ ସମୟରେ ବିଜୟ ଏବଂ ରଶ୍ମିକା ପରସ୍ପରର ନିକଟତର ହୋଇଥିଲେ । ଏହି ଚଳଚ୍ଚିତ୍ରଟ ମଧ୍ୟ ବକ୍ସ ଅଫସରେ ବେଶ୍ ଭଲ ପ୍ରଦର୍ଶନ କରିଥିଲା । ଏହା ପରେ ଉଭୟଙ୍କୁ ‘ଡିୟର କମରେଡ୍‌’ ରେ ଦେଖିବାକୁ ମିଳିଥିଲା । ଏହି ଚଳଚ୍ଚିତ୍ର ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଥିଲା । ଆଉ ଏହା ପରେ ଦୁହିଁଙ୍କ ସମ୍ପର୍କକୁ ନେଇ ଚାରିଆଡେ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା । ଏବେ ଦୁହେଁ ଖୁବଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି । ଶୁଣିବାକୁ ମିଳୁଛି ଯେ ଉଭୟଙ୍କ ପରିବାର ତାଙ୍କ ସମ୍ପର୍କକୁ ସ୍ୱୀକୃତି ପ୍ରଦାନ କରି ସାରିଛନ୍ତି । ଜାତୀୟ ଗଣମାଧ୍ୟମର ରିପୋର୍ଟରୁ ପ୍ରକାଶ ଯେ ଉଭୟ ଫେବୃୟାରୀ ଦ୍ୱିତୀୟ ସପ୍ତାହରେ ନିର୍ବନ୍ଧ କରିବେ । ଏବେ ଦୁହିଁଙ୍କ ବିବାହ ଖବର ସାମ୍ନାକୁ ଆସିବା ପରେ ଫ୍ୟାନଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳିଛି । କିନ୍ତୁ ଦୁହେଁ ଏ ସମ୍ବନ୍ଧରେ କିଛି ବି କହିନାହାନ୍ତି । ହେଲେ ଏ ଖବରରେ କେତେ ସତ୍ୟତା ରହିଛି, ତାହା ରଶ୍ମିକା ଓ ବିଜୟ ଦୁହେଁ କହିପାରିବେ ।

Leave a Reply

Your email address will not be published. Required fields are marked *