Pratidin TV

Odisha's Digital News Platform

ଡବ୍ଲୁପିଏଲ ଚାମ୍ପିଅନ ହେଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର , ଖୁସିରେ ଝୁମିଲେ ପଳାତକ ବିଜୟ ମାଲ୍ୟା ..

1 min read

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦଳ ଡବ୍ଲୁପିଏଲ ( ମହିଳା ପ୍ରିମିୟର ଲିଗ) ଜିତିବାରେ ସଫଳ ହୋଇଛି । ରବିବାର ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦିଲ୍ଲୀ କ୍ୟାପିଟାଲ୍ସକୁ ୮ ୱିକେଟରେ ପରାସ୍ତ କରିଛି ।ଏହି ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବୋଲରମାନେ ଚମତ୍କାର ପ୍ରଦର୍ଶନ କରିବା ପରେ ବ୍ୟାଟ୍ସମ୍ୟାନମାନେ ଲଢୁଆ ବ୍ୟାଟିଂ କରି ଟ୍ରଫି ହାତେଇଥିଲେ ।

ଆରସିବିର ମହିଳା ଦଳ କେବଳ ଡବ୍ଲ୍ୟୁପିଏଲର ଦ୍ୱିତୀୟ ସିଜନରେ ଟାଇଟଲ ଜିତି ଇତିହାସ ସୃଷ୍ଟି କରିଛି । ରବିବାର ଫାଇନାଲରେ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରି ସ୍ମୃତି ମନ୍ଦାନାଙ୍କ ଦଳ ଟାଇଟଲ ଜିତିଛି । ଏହାପରେ ଫ୍ରାଞ୍ଚାଇଜ ପୁରୁଷ ଦଳର ପୂର୍ବତନ ମାଲିକ ବିଜୟ ମାଲ୍ୟା ସୋସିଆଲ ମିଡିଆରେ ଟ୍ୱିଟ କରି ଦଳକୁ ଅଭିନନ୍ଦନ ଜଣାଇଛନ୍ତି । ସେ ପୋଷ୍ଟ କରି ଲେଖିଛନ୍ତି ଯେ , ଡବ୍ଲୁପିଏଲ ଜିତିବା ପାଇଁ ଆରସିବି ମହିଳା ଦଳକୁ ହାର୍ଦ୍ଦିକ ଅଭିନନ୍ଦନ । ଯଦି ଆରସିବି ପୁରୁଷ ଦଳ ଆଇପିଏଲ ଜିତେ ତେବେ ଆନନ୍ଦଦ୍ୱି ଦ୍ୱିଗୁଣିତ ହେବ , ଯାହା ଅନେକ ଦିନର ସ୍ୱପ୍ନ କୁ ଶାକାର କରିବ । ଶୁଭକାମନା । ବିଜୟ ମାଲ୍ୟା ଭାରତ ଛାଡ଼ି ବିଦେଶ ଚାଲି ଯାଇଛନ୍ତି । ତାଙ୍କ ନାଁରେ ୯ ହଜାର କୋଟି ଟଙ୍କାର ଋଣ ହେରଫେର ମାମଲା ରହିଛି । ଭାରତରେ ତାଙ୍କୁ ଖୋଜା ପଡ଼ିଥିବା ବେଳେ ସେ ବିଦେଶରେ ଆତ୍ମଗୋପନ କରିଛନ୍ତି ।

Leave a Reply

Your email address will not be published. Required fields are marked *