Pratidin TV

Odisha's Digital News Platform

ବୋଝ ଉପରେ ନଳିତା ବିଡା….ଇସ୍ତଫା ଦେଲେ ପେଟିଏମ୍ ଚେୟାରମ୍ୟାନ୍ ବିଜୟ ଶେଖର ଶର୍ମା

1 min read

ନୂଆଦିଲ୍ଲୀ:ଗ୍ରାହକଙ୍କ ଆକାଉଣ୍ଟରେ ଅଧିକ କ୍ରେଡିଟ୍ ଗ୍ରହଣ କରିବାକୁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଦ୍ୱାରା ଧାର୍ଯ୍ୟ ହୋଇଥିବା ମାର୍ଚ୍ଚ ୧୫ ତାରିଖ ପୂର୍ବରୁ ପେଟିଏମ୍ ପ୍ରତିଷ୍ଠାତା ବିଜୟ ଶେଖର ଶର୍ମା ସୋମବାର ପେଟିଏମ୍ ପେମେଣ୍ଟ ବ୍ୟାଙ୍କ ଚେୟାରମ୍ୟାନ୍ ପଦରୁ ଇସ୍ତଫା ଦେଇଛନ୍ତି । ଏଥିସହ, ପେଟିଏମର ପ୍ୟାରେଣ୍ଟ୍ ଫାର୍ମ ୱାନ୍ ୯୭ କମ୍ୟୁନିକେସନ୍ ଲିମିଟେଡ୍ (OCL) ମଧ୍ୟ ଘୋଷଣା କରିଛି ଯେ ପେଟିଏମ୍ ପେମେଣ୍ଟସ୍ ବ୍ୟାଙ୍କ ଲିମିଟେଡ୍ (ପିପିବିଏଲ୍) ଏହାର ବୋର୍ଡକୁ ପୁନର୍ଗଠନ ନିର୍ମାଣ କରିଛି।

ଭାରତୀୟ ରିଜର୍ଭ ବ୍ୟାଙ୍କର କାର୍ଯ୍ୟନୁଷ୍ଠାନ ପରଠାରୁ ପେଟିଏମ୍ ପାଇଁ ଅଡୁଆ ବଡିବାରେ ଲାଗିଛି | ଏହି କାର୍ଯ୍ୟନୁଷ୍ଠାନ ପରଠାରୁ ବହୁତ କ୍ଷତିର ସାମ୍ନା କରିବାକୁ ପଡିଛି ପେଟିଏମ୍ କୁ | ଏହି ମଧ୍ୟରେ ଇସ୍ତଫା ଦେଇଛନ୍ତି ପେଟିଏମ୍ ପେମେଣ୍ଟ ବ୍ୟାଙ୍କ ଚେୟାରମ୍ୟାନ୍ ବିଜୟ ଶେଖର ଶର୍ମା | ସୂଚନାଯୋଗ୍ୟ, ପେଟିଏମ୍ ରେ ସବୁଠାରୁ ଅଧିକ ସେଆର ଥିବା ବ୍ୟକ୍ତି ହେଉଛନ୍ତି ବିଜୟ ଶେଖର ଶର୍ମା |

Advertisement

ବିଜୟ ଶେଖର ଶର୍ମା ପେଟିଏମର ପାର୍ଟ ଟାଇମ ଅଣ-କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଥିଲେ। ତାଙ୍କ ଇସ୍ତଫା ପରେ ବୋର୍ଡ ପୁନର୍ଗଠନ ନିର୍ମାଣ କରାଯାଇଛି। ବୋର୍ଡରେ ପୂର୍ବତନ ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଚେୟାରମ୍ୟାନ୍ ଶ୍ରୀନିବାସନ୍ ଶ୍ରୀଧର, ପୂର୍ବତନ ବ୍ୟାଙ୍କ ଅଫ୍ ବରୋଦା କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଅଶୋକ କୁମାର ଗର୍ଗ ଏବଂ ଦୁଇଜଣ ଅବସରପ୍ରାପ୍ତ ଆଇଏଏସ୍ ବୋର୍ଡରେ ନିଯୁକ୍ତ ହୋଇଛନ୍ତି।

Leave a Reply

Your email address will not be published. Required fields are marked *