Pratidin TV

Odisha's Digital News Platform

ରାଜନୀତିରେ ଏଣ୍ଟ୍ରି ମାରିଲେ ଥାଲାପତି ବିଜୟ , ଉନ୍ମୋଚନ କଲେ ନିଜ ଦଳର ପତକା..

1 min read

ରାଜନୀତିରେ ପାଦ ଥାପିଲେ ପ୍ରଖ୍ୟାତ ତାମିଲ ଅଭିନେତା ଥାଲାପତି ବିଜୟ । ଅଭିନୟ ଜଗତରୁ ରାଜନୀତି ମୈଦାନରେ ଏଣ୍ଟ୍ରି କରିଛନ୍ତି ଥାଲାପତି ବିଜୟ । ଆଜି ସେ ତାଙ୍କର ନୂଆ ଦଳ ର ପତାକା ଉନ୍ମୋଚନ କରିଛନ୍ତି  ।  ଅଭିନେତା ଚଳିତ ବର୍ଷ ଫେବୃଆରୀ 2 ତାରିଖରେ ନିଜସ୍ବ ରାଜନୈତିକ ଦଳ ‘ତାମିଲାଗା ଭେଟ୍ରି କାଝାଗାମ’ (TVK)ଘୋଷଣା କରି ରାଜନୀତିରେ ପାଦ ଥାପିଥିଲେ । କିନ୍ତୁ ଏହାର ଚିହ୍ନ ନେଇ କୌଣସି ସୂଚନା ଦେଇନଥିଲେ । ଯାହାକୁ ଅପେକ୍ଷା କରିରହିଥିଲେ ଫ୍ୟାନ୍ସ ଏବଂ କର୍ମୀ । ତେବେ ବର୍ତ୍ତମାନ  ଥାଲାପତି ବିଜୟ ନିଜ ଦଳୀୟ ଚିହ୍ନ ଉପରୁ ପରଦା ହଟାଇଛନ୍ତି । ଗୁରୁବାରରେ ନିଜ ରାଜନୈତିକ ଦଳୀୟ ‘ତାମିଲାଗା ଭେଟ୍ରି କାଝାଗାମ’ (ଟିଭିକେ)ର ପତାକା ଉନ୍ମୋଚନ କରିଛନ୍ତି ବିଜୟ । ତାମିଲନାଡୁ ପାନାୟୁରର ଭେଟ୍ରି କାଝାଗାମ ମୁଖ୍ୟାଳୟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ନିଜ ରାଜନୈତିକ ପାର୍ଟି ପତାକା ଓ ସଂଗୀତ ଉନ୍ମୋଚିତ କରିଛନ୍ତି ଥାଲାପତି ।

ମେରୁନ ରଙ୍ଗ ଏବଂ ୟେଲୋ ରଙ୍ଗର ଏହି ଦଳୀୟ ପତାକା ମଝିରେ ଦୁଇ ହାତୀ ଏବଂ ଭାଗାଇ ଫୁଲକୁ ‘ବିଜୟର ପ୍ରତୀକ’ ବୋଲି ଚିତ୍ରଣ କରାଯାଇଛି। ଏହି କାର୍ଯ୍ୟକ୍ରମରେ ବିଜୟଙ୍କ ମାତା ଶୋବା ଏବଂ ପିତା ଚନ୍ଦ୍ରଶେଖରଙ୍କ ସମେତ 300ରୁ ଅଧିକ ଲୋକ ସାମିଲ ଥିଲେ । ସକାଳ 9.10 ରେ ଏହି କାର୍ଯ୍ୟକ୍ରମ ରହିଥିବା ବେଳେ ଦଳୀୟ ପତାକା ଉତ୍ତୋଳନ କରି ଚିହ୍ନ ଉପରୁ ପରଦା ହଟାଇବା ସହ ଶପଥ ପାଠ କରିଥିଲେ ଥାଲାପତି । ବିଜୟ ଶପଥ ପାଠ କରି କହିଛନ୍ତି  “ଆମ ଦେଶର ମୁକ୍ତି ପାଇଁ ସଂଗ୍ରାମ କରିଥିବା ତଥା ନିଜ ଜୀବନକୁ ଉତ୍ସର୍ଗ କରିଥିବା ସଂଗ୍ରାମୀ ତଥା ତାମିଲ ମାଟିରୁ ଆମ ଲୋକଙ୍କ ଅଧିକାର ପାଇଁ ଅକ୍ଲାନ୍ତ ପରିଶ୍ରମ କରିଥିବା ଅସଂଖ୍ୟ ସୈନିକଙ୍କୁ ଆମେ ସର୍ବଦା ପ୍ରଶଂସା କରିବୁ । ଜାତି, ଧର୍ମ ନାମରେ ଥିବା ପାର୍ଥକ୍ୟକୁ ମୁଁ ହଟାଇବି, ଲିଙ୍ଗ, ଜନ୍ମ ସ୍ଥାନ, ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବୁ ଏବଂ ସମସ୍ତଙ୍କ ପାଇଁ ସମାନ ସୁଯୋଗ ଏବଂ ସମାନ ଅଧିକାର ପାଇଁ ଚେଷ୍ଟା କରିବି । ମୁଁ ଦୃଢ ଭାବରେ ନିଶ୍ଚିତ କରେ ଯେ ମୁଁ ସମସ୍ତ ଜୀବଙ୍କ ପାଇଁ ସମାନତାର ନୀତି ରକ୍ଷା କରିବି । ସେ ଆହୁରି ମଧ୍ୟ କହିଛନ୍ତି ”ମୁଁ ଜାଣେ ଆପଣ ସମସ୍ତେ ଆମର ପ୍ରଥମ ରାଜ୍ୟ ସମ୍ମିଳନୀକୁ ଅପେକ୍ଷା କରିଛନ୍ତି। ଏଥିପାଇଁ ପ୍ରସ୍ତୁତି ଚାଲିଛି ଏବଂ ଖୁବଶୀଘ୍ର ମୁଁ ଏହା ଘୋଷଣା କରିବି। ଏହାପୂର୍ବରୁ ମୁଁ ଆଜି ଆମ ଦଳର ପତାକା ଉନ୍ମୋଚନ କରିଛି।

Leave a Reply

Your email address will not be published. Required fields are marked *