Pratidin TV

Odisha's Digital News Platform

CAA କୁ ବିରୋଧ କଲେ ବିଜୟ, ତାମିଲନାଡୁରେ ଏହାକୁ ଲାଗୁ ନକରିବା ପାଇଁ କଲେ ଟ୍ୱିଟ

1 min read

ନିର୍ବାଚନ ପାଖେଇ ଆସୁଥିବା ସମୟରେ ଦେଶରେ ଲାଗୁ ହୋଇଛି ନାଗରିକତା ସଂଶୋଧନ ବିଲ ତଥା CAA | ଗତକାଲି କେନ୍ଦ୍ର ସରକାର ନୋଟିସ ପ୍ରକାଶ କରିଥିଲେ | ଏହାତ ଠିକ ଗୋଟିଏ ଦିନ ପରେ କଙ୍ଗନା ରାନାୱତ ଏବଂ ତାମିଲ ସୁପରଷ୍ଟାର ବିଜୟ ଭଳି ସେଲିବ୍ରିଟିମାନେ ଏହା ଉପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। କଙ୍ଗନା ରାନାୱତ ଏହାର ସପକ୍ଷରେ ଯାଇଥିବା ବେଳେ ବିଜୟ ଏହାକୁ ବିରୋଧ କରିଛନ୍ତି | ତେବେ ନିର୍ବାଚନରେ ଭୋଟ ହାତେଇବା ପାଇଁ ସରକାର ଏଭଳି କାମ କରିଛନ୍ତି। ସମସ୍ତ ବିରୋଧୀ ଦଳ ଏହାକୁ ବିରୋଧ କରୁଥିବା ବେଳେ ଏବେ ଏହି ତାଲିକାରେ ସାଉଥର ସୁପରଷ୍ଟାର ଥଲପତି ବିଜୟ ମଧ୍ୟ ସାମିଲ ହୋଇଛନ୍ତି।

ନିକଟରେ ଅଭିନୟରୁ ରାଜନୀତିରେ ଏଣ୍ଟ୍ରି କରିଥିବା ଥଲପତି ବିଜୟ ଏହି ନାଗରିକତା ସଂଶୋଧନ ବିଲ୍‌କୁ ବେକାର୍‌ ତଥା ଫାଲତୁ ବୋଲି କହିଛନ୍ତି। ଏଥିସହ ତାମିଲନାଡୁରେ ଏହି CAA କୁ ଲାଗୁ ନକରିବା ପାଇଁ ସେ ନିଜ ସୋସିଆଲ ମିଡ଼ିଆ ହ୍ୟାଣ୍ଡେଲରେ ଷ୍ଟେଟମେଣ୍ଟ ପୋଷ୍ଟ କରିଥିଲେ ।

Advertisement

ସେ ଟ୍ୱିଟ୍‌ କରି ଲେଖିଥିଲେ ଯେ, ‘ଦେଶରେ ସିଏଏ ଲାଗୁ କରିବା ସ୍ୱୀକାର୍ଯ୍ୟ ନୁହେଁ। ନାଗରିକତ୍ୱ ସଂଶୋଧନ ଅଧିନିୟମ ୨୦୧୯ ଏବଂ ଦେଶରେ ଏପରି କୌଣସି ଆଇନ କାର୍ଯ୍ୟକାରୀ ହୋଇପାରିବ ନାହିଁ, କାରଣ ଦେଶରେ ପୂର୍ବରୁ ଭାଇଚାରା ଅଛି। ତେବେ ଏପରି ଅଦରକାରୀ ଆଇନର ଆବଶ୍ୟକତା କ’ଣ?’ କୌଣସି ମୂଲ୍ୟରେ ଏହାକୁ କାର୍ଯ୍ୟକାରୀ ନ କରିବାକୁ ଅଭିନେତା ତାଙ୍କ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି।

Leave a Reply

Your email address will not be published. Required fields are marked *