Pratidin TV

Odisha's Digital News Platform

ଆଜି ଭିମସାରରୁ ଡିସର୍ଚାଜ୍ ହେଲା ବିଜୟିନୀ , ହେଲେ ଯିବନି ନିଜ ଜନ୍ମକଲା ମା ପାଖକୁ ….

ସମ୍ବଲପୁର ; ଜୀବନ ଯୁଦ୍ଧରେ ବିଜୟୀ ହୋଇଥିବା ନବଜାତ ଶିଶୁ କନ୍ୟା ବିଜୟିନୀ କୁ ଆଜି ବୁର୍ଲା ମେଡିକାଲ ର କର୍ତ୍ତୃପକ୍ଷ ପ୍ରଶାସନକୁ ହସ୍ତାନ୍ତର କରିଛନ୍ତି । ବିଜୟିନୀ କୁ ଶିଶୁ ସୁରକ୍ଷା ଅଧିକାରୀ ମାନେ ଭୀମସାର ରୁ ନେଇ ଛଚାନପାଲି ସ୍ଥିତ ବାଲ ନିକେତନକୁ ନେଇଛନ୍ତି । କିଛିଦିନ ପୂର୍ବରୁ ଭୀମସାରରେ ବିଜୟିନୀର ଏକୋଇସିୟା ପର୍ବ ପାଳନ କରାଯାଇଥିଲା ।

ଗତ ୧୨ ଡିସେମ୍ବର ୨୦୨୩ ରେ ଏକ ପରିତ୍ୟକ୍ତ ବୋରୱେଲ ରୁ ରାତି ପ୍ରାୟ ୯.୪୦ ମିନିଟରେ ବହୁ ପରିଶ୍ରମ ପରେ ଶିଶୁକନ୍ୟା କୁ ଉଦ୍ଧାର କରାଯାଇଥିଲା। ସେହିଦିନ ଠାରୁ ଉକ୍ତ ଶିଶୁ କନ୍ୟାର ଭୀମସାର ରେ ଚିକିତ୍ସା ଚାଲିଥିଲା । ଜୀବନ ଯୁଦ୍ଧରେ ବିଜୟ ହେଇଥିବା ଯୋଗୁଁ ଶିଶୁକନ୍ୟାର ନା ମେଡିକାଲ କର୍ତ୍ତୃପକ୍ଷ ବିଜୟିନୀ ରଖିଥିଲେ । ଆଜି ବିଜୟିନୀ ସରକାରୀ ନିୟମ ଅନୁଯାଇ ତାକୁ ଡିସ୍ଚାର୍ଜ କରାଗଲା । ଦୀର୍ଘ ଏକ ମାସ ରୁ ଅଧିକ ସମୟ ଧରି ଭିମସାରରେ ଚିକିତ୍ସିତ ହୋଇଥିବା ଯୋଗୁଁ ଏସଏନସିୟୁ ରେ ଚିକିତ୍ସା କରିଥିବା ଡ଼କ୍ଟର ଠୁ ଆରମ୍ଭ କରି କର୍ମଚାରୀ ପର୍ଯ୍ୟନ୍ତ ଭାବବିହ୍ୱଳ ହୋଇଥିଲେ ।

ଜିଲ୍ଲାପାଳଙ୍କ ନିର୍ଦ୍ଧେଶକ୍ରମେ ଛାଚାଁନ ପାଲି ସ୍ଥିତ ବାଲ ନିକେତନ ରେ ବିଜୟିନୀଙ୍କୁ ରଖାଯିବ । ବିଜୟିନୀ ର ସ୍ଵାଥ୍ୟଗତ ସମସ୍ୟା ହେଲେ ଭୀମ ସାର ରୁ ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ ଯିବେ ବୋଲି ଭିମସାର ଅଧିକ୍ଷକ କହିଛନ୍ତି । ସେପଟେ ବାଳନିକେତନ ରେ ବିଜୟିନୀ ର ଯତ୍ନ ନେବାପାଇଁ ଜଣେ ନର୍ସ କୁ ଭିମସାର ରେ ଦୁଇ ଦିନ ଧରି ଟ୍ରେନିଂ ଦିଆଯାଇଛି ।

Leave a Reply

Your email address will not be published. Required fields are marked *