Pratidin TV

Odisha's Digital News Platform

ବଦଳିଲା ବିଜୟୀନଙ୍କ ଭାଗ୍ୟ , ବୋରୱେଲ ରୁ ଉଦ୍ଧାର ହୋଇଥିଲେ ଏବେ ପୋଷ୍ୟ ସନ୍ତାନ ହୋଇ ଗଲେ ବାଙ୍ଗାଲୋର ।

1 min read

ସମ୍ବଲପୁର ; ବୋରୱେଲ ରୁ ଉଦ୍ଧାର ଶିଶୁକନ୍ୟା ବିଜୟିନୀ, ପୋଷ୍ୟ ସନ୍ତାନ ହୋଇ ଗଲେ ବାଙ୍ଗାଲୋର । ଗଢିବ ନୂଆ ଭବିଷ୍ୟତ ।

ବୋରୱେଲ ରୁ ଉଦ୍ଧାର ଶିଶୁକନ୍ୟା ବିଜୟିନୀଙ୍କ ବଦଳିଲା ଭାଗ୍ୟ । ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ ଅନ୍ତର୍ଗତ ଲାରିପାଲି ଗ୍ରାମରେ ୨୦୨୩ ଡିସେମ୍ବର ୧୨ ତାରିଖରେ ଏକ ନବଜାତ ଶିଶୁକନ୍ୟା ବୋରୱେଲ ଗାତରେ ଫସି ରହିଥିବା ଦେଖିବାକୁ ମିଳିଥିଲା । ତେବେ ଦୀର୍ଘ ୮ ଘଣ୍ଟାରୁ ଅଧିକ ସମୟ ଧରି ଚାଲିଥିବା ମାରାଥନ ଅପରେସନ ପରେ ସମ୍ବଲପୁର ଜିଲ୍ଲା ପ୍ରଶାସନ ତାଙ୍କୁ ଉଦ୍ଧାର କରିଥିଲା । ବିଜୟିନୀ ନାମକ ଶିଶୁଟିକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଭିମ୍ସାରର ସ୍ବତନ୍ତ୍ର ନବଜାତକ ଯତ୍ନ ୟୁନିଟ୍ (ଏସ୍ଏନ୍ସିୟୁ)ରେ ଭର୍ତ୍ତି କରାଯାଇଥିବା ବେଳେ ଉତ୍ସର୍ଗୀକୃତ ଚିକିତ୍ସା ପରେ ଶିଶୁଟିକୁ ସମ୍ବଲପୁର ରୁକ୍ମିଣୀ ଲାଠ ବାଲନିକେତନ ସ୍ଥିତ ସ୍ବତନ୍ତ୍ର ଆଡପ୍ସନ୍ ଏଜେନ୍ସିରେ ରଖାଯାଇଥିଲା।

Advertisement

ଉକ୍ତ ଶିଶୁ କନ୍ୟାଟିକୁ ପୋଷ୍ୟ ଭାବେ ଗ୍ରହଣ କରିବା ପାଇଁ ଦେଶ ତଥା ବିଦେଶ ରୁ ଅନେକ ଲୋକ ଆବେଦନ କରିଥିଲେ । ଆଜି ସମ୍ବଲପୁର ଜିଲ୍ଲାପାଳଙ୍କ ଆଦେଶ ବଳରେ ବାଙ୍ଗାଲୋରର ଉପରୋକ୍ତ ସମ୍ଭାବ୍ୟ ପୋଷ୍ୟ ପିତାମାତା ଙ୍କ ସପକ୍ଷରେ ଚୂଡ଼ାନ୍ତ ପୋଷ୍ୟ ସନ୍ତାନ ଗ୍ରହଣ ଆଦେଶ ଜାରି କରିଛନ୍ତି ଏବଂ ଉକ୍ତ PAP (Prospective Adoptive Parents ) ପାଇଁ ପୋଷ୍ୟ ସନ୍ତାନ ପାଇବା ପରେ ବେଶ ଆନନ୍ଦିତ ଅଛନ୍ତି ।

Leave a Reply

Your email address will not be published. Required fields are marked *