Pratidin TV

Odisha's Digital News Platform

ମଦ ବ୍ୟବସାୟୀ ଧୀରଜ ସାହୁଙ୍କ ବଢିଚାଲିଛି ଟଙ୍କା ବଣ୍ଡେଲର ସଂଖ୍ୟା,ଟିଟଲାଗଡରୁ ବାହାରିଲା ୧୧କୋଟି ଟଙ୍କା..

1 min read

ଯେତେ ଖୋଜା ଚାଲୁଛି ସେତେ ବାହାରୁଛି । ଖାଲି ବିଡା ବିଡା ୫୦୦ଟଙ୍କିଆ ନୋଟ । ଆଇଟି ରେଡ ପରେ ଟିଟିଲାଗଡ଼ ଏସବିଆଇ ମୁଖ୍ୟ ଶାଖାରେ ଗଣତି ବେଳେ ମିଳିଛି କେବଳ ୧୧ କୋଟି ଟଙ୍କା । ମଦ ବ୍ୟବସାୟୀଙ୍କ ବିଭିନ୍ନ ଠିକଣାରୁ ଜବତ ଟଙ୍କାର ଗଣତି ସରୁନି । ଆଜି ବି ଜାରି ରହିଛି ଟଙ୍କା ଗଣତି । ବଲାଙ୍ଗୀରରେ ଏବେ ଟଙ୍କା ଗଣତି ଚାଲିଛି । ତେବେ ଟଙ୍କା ଗଣତି ଶେଷ ନେଇ ସମ୍ବଲପୁର ଏସବିଆଇ ଉପମହାପ୍ରବନ୍ଧକ ଏନେଇ ସୂଚନା ଦେଇଛନ୍ତି । ଗଣତି ଟଙ୍କା ଭିତରେ ନା ଅଛି ଡୁପ୍ଲିକେଟ କିମ୍ବା ୨ ହଜାର ଟଙ୍କିଆ ନାହିଁ । ଗଣତି ଟଙ୍କା ମଧ୍ୟରେ ଅଛି କେବଳ ୫ଶହ, ଦୁଇ ଶହ ଓ ଶହେ ଟଙ୍କିଆ ନୋଟ । ହେଲେ ବଲାଙ୍ଗିର ଓ ସମ୍ବଲପୁର ମୁଖ୍ୟ ଶାଖାରେ ଟଙ୍କା ଗଣତି ଚାଲିଛି ।

ବର୍ତ୍ତମାନ ସୁଦ୍ଧା ମୋଟ୍ ୫୦ କୋଟି ଟଙ୍କା ଗଣତି ସରିଲାଣି ବୋଲି ଉପମହାପ୍ରବନ୍ଧକ କହିଛନ୍ତି । ଆସନ୍ତାକାଲି ସୁଦ୍ଧା ଗଣତି ସରିଯିବ ବୋଲି ସେ ଆଶା ରଖିଛନ୍ତି । ଟଙ୍କା ଗଣତି ପାଇଁ ବିଭିନ୍ନ ସ୍ଥାନରୁ ୧୫ ମେସିନ୍ ଓ ୧୦ ଜଣ କର୍ମଚାରୀ ଆସିଛନ୍ତି । ୪ଦିନ ଧରି ଜାରି ରହିଛି ଆୟକର ବିଭାଗର ନନଷ୍ଟପ୍ ରେଡ୍ । ସମ୍ବଲପୁରରୁ ରାଉରକେଲା, ବଲାଙ୍ଗିରରୁ ସୁନ୍ଦରଗଡ଼ ପଶ୍ଚିମ ଓଡ଼ିଶାରେ ଗୋଟିଏ ପରେ ଗୋଟିଏ ଠିକଣାରେ ଚାଲିଛି ଚଢ଼ାଉ । ଜବତ ହୋଇଥିବା ୨ ଶହ କୋଟିରୁ ଅଧିକ ଟଙ୍କା ଗଣିବାରେ ଲାଗିଛନ୍ତି ଇନକମ୍ ଟ୍ୟାକ୍ସ ବିଭାଗର ଅନେକ ଅଧିକାରୀ । ଆସନ୍ତାକାଲି ସୁଦ୍ଧା ଟଙ୍କା ଗଣତି ଶେଷ ହେବା ନେଇ ଆଶା ରହିଛି । ଏବେ ସମ୍ବଲପୁର ଓ ବଲାଙ୍ଗିରରେ ଟଙ୍କା ଗଣତି ଚାଲିଥିବା କହିଛନ୍ତି ସମ୍ବଲପୁର ଏସବିଆଇ ଉପ- ମହାପ୍ରବନ୍ଧକ । ସେପଟେ ସୁନ୍ଦରଗଡ଼ରେ ଆଜି ଟଙ୍କା ଗଣତି ଶେଷ ହୋଇଛି ।

ଟଙ୍କା ଗଣି ଗଣି ମଣିଷ ଥକି ଯାଇଥିବା ବେଳେ ବାରମ୍ବାର ମେସିନ୍ ବି ଖରାପ ହେଉଛି, ତଥାପି ଟଙ୍କା ସରୁନି । ଯାହା ସମସ୍ତଙ୍କ ହୋସ୍ ଉଡ଼ାଇ ଦେଇଛି । ବଲାଙ୍ଗିର ସୁଦପଡ଼ାର ମଦ ଭାଟି ମ୍ୟାନେଜର ରାଜେଶ ସାହୁଙ୍କ ଘର ଆଲମାରୀରୁ ବିଡ଼ା ବିଡ଼ା ଟଙ୍କା ମିଳିବା ପରେ ଏହାର ଚେର ଖୋଜା ଚାଲିଛି ।

ସମ୍ବଲପୁର ଧନୁପାଲି ଦେଶୀ ମଦ ଭାଟି ଓ ବଡ଼ବଜାରର ଅଫିସରୁ ମିଳିଥିବା ବିପୁଳ ଟଙ୍କାର ଗଣତି ବି ଜାରି ରହିଛି । ସେହିପରି ସୁନ୍ଦରଗଡ଼ର ମଦ ବ୍ୟବସାୟୀ ରାଜକିଶୋର ପ୍ରସାଦ ଜୟସ୍ୱାଲଙ୍କ ଘର, ଅଫିସ ଓ ସର୍ଗିପାଲି ଦେଶୀ ମଦ ଭାଟିରେ ଆୟକର ବିଭାଗ ଛାପା ମାରିଛି । ଏସବୁ ଜାଗାରୁ ଜବତ କୋଟି କୋଟି ଟଙ୍କା କାହାର ? ନଗଦ ଏତେ ଟଙ୍କା ଗଚ୍ଛିତ ରଖିବାର କାରଣ କ’ଣ ?

Leave a Reply

Your email address will not be published. Required fields are marked *