Pratidin TV

Odisha's Digital News Platform

ଦ୍ୱିନ ଦ୍ୱିପହରରେ ମରଣାନ୍ତକ ଆକ୍ରମଣ କରି ଘର ଭାଙ୍ଗିଦେଲେ ଯୁବକ , ଅଭିଯୋଗ ପରେ ବି ଶୁଣୁନି ପୋଲିସ ପ୍ରଶାସନ

1 min read

ବଲାଙ୍ଗୀର : ଗଛକଟା କୁ କେନ୍ଦ୍ର କରି ଗୋଟିଏ ପରିବାର ର ତିନିଜଣ ଙ୍କୁ ମରଣାନ୍ତକ ଆକ୍ରମଣ । ମହିଳା ମାନଙ୍କ କପଡା ଚିରି ଅସଦାଚାର କରିବା ସହିତ ଜୀବନରେ ମାରିଦେବାକୁ ବାରମ୍ବାର ଧମକ ଦେଇ ଗାଁ ରୁ ତଡି ଦେବା ଭଳି ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା ଅନ୍ତର୍ଗତ ମୁରୁସୁଣ୍ଡି ଗ୍ରାମରେ । ଆକ୍ରମଣର ଶିକାର ହୋଇଥିବା ପରିବାରର ସଦସ୍ୟ ମାନେ ହେଲେ ଭାବଗ୍ରାହୀ ପ୍ରଧାନ ତାଙ୍କର ସ୍ତ୍ରୀ ଓ ଝିଅ ।

ସୂଚନା ଅନୁସାରେ ଗତ ବର୍ଷେ ତଳେ ଭାବଗ୍ରାହୀ ଆବସ ଘର ତିଆରି କରିବା ପାଇଁ ତାଙ୍କର ଘର ପାଖରେ ଥିବା ଏକ ଗଛକୁ କାଟିଥିଲେ । ଏଥିପାଇଁ ସେ ପ୍ରଶାସନ ଠାରୁ ଅନୁମତି ମଧ୍ୟ ନେଇଥିଲେ । ଏହାକୁ କେନ୍ଦ୍ର କରି ଉକ୍ତ ଗ୍ରାମର ତରଣୀସେନ ପ୍ରଧାନ ଓ ଅନ୍ୟମାନେ ତାଙ୍କର ଘର କବାଟ ଭାଙ୍ଗି ମାରଣାସ୍ତ୍ର ଧରି ଆକ୍ରମଣ କରିବାକୁ ପଶିଥିଲେ । ଚାରି ଚାରିଥର ଏଭଳି ଭାବରେ ଆକ୍ରମଣ କରିବା ସହିତ ଭାବଗ୍ରାହୀ ଙ୍କ ସ୍ତ୍ରୀ ଓ ଝିଅ ପିନ୍ଧିଥିବା କପଡା ଚିରି ଅସଦାଚରଣ କରିଥିବା ସେମାନେ ପ୍ରକାଶ କରିଥିଲେ। ଗାଁ ରୁ ବାହାରି ନ ପଳାଇଲେ ତାଙ୍କୁ ଜୀବନରୁ ମାରିଦେବୁ ବୋଲି ଧମକ ଚମକ ଦେଇଥିଲେ । ପ୍ରାଣ ବିକଳରେ ସେମାନେ ସୋନପୁର ଜିଲ୍ଲା ଡୁଙ୍ଗୁରିପାଲି ଗ୍ରାମରେ ଜଣେ ସର୍ମ୍ପକୀୟ ଙ୍କ ଘରେ ରହୁଛନ୍ତି ।

Advertisement

ଏନେଇ ଲୋଇସିଂହା ଥାନାରେ ବାରମ୍ବାର ଅଭିଯୋଗ କରିବା ପରେ ମଧ୍ୟ ଆକ୍ରମଣକାରୀଙ୍କ ପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ । ଫଳରେ ଲୋଇସିଂହା ଥାନା ରୁ ତାଙ୍କର ଆସ୍ଥା ଉଠିଥିବା କହିଥିଲେ । ଶେଷରେ ନ୍ୟାୟ ଆଶ ନେଇ ସେମାନେ ଏସପି ଙ୍କ ଦ୍ୱାରସ୍ଥ ହୋଇଥିବାବେଳେ ଦୋଷୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେମାନେ ଦାବି କରିଥିଲେ ।

Leave a Reply

Your email address will not be published. Required fields are marked *