Pratidin TV

Odisha's Digital News Platform

ଗ୍ରାମବାସୀଙ୍କ ଅଭିଯୋଗ , ନିମ୍ନମାନର କାର୍ଯ୍ୟ କରି ଠକୁଛନ୍ତି ଠିକାଦାର..

1 min read

ଠିକାଦାର ଏବଂ ପୂର୍ତ୍ତ ବିଭାଗର ଅଧିକାରୀଙ୍କ ମଧୁଚନ୍ଦ୍ରିକାରେ ରତାଚୁଆ ଗ୍ରାମ ନିକଟରେ ରହିଥିବା ନଦୀରେ ବ୍ରିଜକାର୍ଯ୍ୟ ଚାଲିଛି ।  ଅତି ନିମ୍ନମାନର  କରୁଥିବାରୁ ସ୍ଥାନୀୟ ଲୋକ ବିରୋଧ କରୁଛନ୍ତି। ଏହାସହିତ ନିର୍ମାଣଧିନ କାର୍ଯ୍ୟ ଉପରେ ଦାୟିତ୍ୱରେ ଥିବା ଅଧିକାରୀ ବାବୁଙ୍କ କାମ ସାଇଟ ଉପରକୁ ଆସି ତଦାରଖ କରିବାର ଦାୟିତ୍ୱ ରହିଥିବା ବେଳେ ତଦାରଖ କରୁନଥିବା ମଧ୍ୟ ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଧା ।

କାର୍ଯ୍ୟ ଆରମ୍ଭ ପୂର୍ବରୁ ସୂଚନା ଫଳକ ଲାଗିବା ନିୟମ ରହିଥିବା ବେଳେ ଏଠି କିନ୍ତୁ ଫଳକ ଲାଗିନଥିବା ଦେଖିବାକୁ ମିଳିଛି। ବିଭାଗୀୟ ଅଧିକାରୀ ଖୋଲାଖଲି ଭାବରେ ସରକାରଙ୍କ ନିୟମକୁ ଏଠି ପାଳନ କରୁନଥିବା ଜଣାପଡିଛି । ବିନା ଅଟକଳ ମୂଲ୍ୟରେ କିଭଳି ଭାବରେ ଏତେ ବଡ଼ ବ୍ରିଜକାମ ଚାଲିଛି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଠିକାଦାରଙ୍କ ମନମୁଖୀ  ଚାଲିଥିବା କାର୍ଯ୍ୟକୁ ଉପରସ୍ଥ ଅଧିକାରୀ ହସ୍ତକ୍ଷେପ କରି ଉଚ୍ଚ ସ୍ତରୀୟ ତଦନ୍ତ କରି ଠିକାଦାର ଉପରେ କାର୍ଯ୍ୟନୁଷ୍ଟାନ ନିଆଯାଉ ବୋଲି ସ୍ଥାନୀୟ ବାସିନ୍ଦା  ଦାବି କରିଛନ୍ତି । ଏତେବଡ଼ ବ୍ରିଜକାମ ଚାଲିଥିବା ବେଳେ ସୂଚନା ଫଳକ  ନଲାଗିବା କାରଣ କଣ ବୋଲି ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ଲୋକେ ପ୍ରଶ୍ନ କରିଛନ୍ତି।

Advertisement

Leave a Reply

Your email address will not be published. Required fields are marked *