Pratidin TV

Odisha's Digital News Platform

ଅଭିଶପ୍ତ କାନାଡାବାସୀଙ୍କ ଏକ ମାତ୍ର ଭରସା ବାଉଁଶ ପୋଲ ….

1 min read

ଗଜପତି ; ସ୍ଵାଧୀନତାର ଦୀର୍ଘ ୭୫ ବର୍ଷ ବିତି ଯାଇଥିଲେ ମଧ୍ୟ ଗାଁ କୁ ଭଲ ରାସ୍ତା କିମ୍ବା ଭଲ ପୋଲ ଉପରେ ପାଦ ପଡିଲା ନାହିଁ ଏହି ଗ୍ରାମବାସୀଙ୍କର । ଦୁନିଆ ଆଧୁନିକତାର ଚରମ ସୀମାରେ ପହଞ୍ଚିଥିଲେ ମଧ୍ୟ ଆଜି ଏପରି କିଛି ଗାଁକୁ ରାସ୍ତା କିମ୍ବା ଖଣ୍ଡିଏ ପୋଲ ନାହିଁ । ଯାହା ଦ୍ୱାରା ସେଠିକାର ଗ୍ରାମବାସୀ ନାହିଁ ନଥିବା ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି । ଏମିତିକି ଆମେ କହିପାରିବା ଯେ ସେମାନେ ଏକ ପ୍ରକାରର ଅଭିଶପ୍ତ ଜୀବନ ବିତାଉଛନ୍ତି ।

ନିଜର ଦୈନନ୍ଦିନ ଆବଶ୍ୟକତା ସହ ଛୋଟ ଛୋଟ ପିଲାମାନେ ସ୍କୁଲ ଯିବା , ଦେହ ଖରାପ ହେଲେ ମେଡିକାଲ ଯିବା ପାଇଁ ପ୍ରତ୍ୟକ ଦିନ ଏକ ମରଣଯନ୍ତାକୁ ପାର କରି ଯାଉଛନ୍ତି । ଗଜପତି ଜିଲ୍ଲା ନୂଆଗଡ ବ୍ଲକ କାନାଡା ଗ୍ରାମ ର ଗ୍ରାମବାସୀ । ଏହି ପୋଲକୁ କାନାଡା ସମେତ ଅନେକ ୫/୬ ଖଣ୍ଡ ଗ୍ରାମ ନିର୍ଭରକରନ୍ତି । ବ୍ଲକ କାର୍ଯ୍ୟାଳୟ ଠାରୁ ମାତ୍ର ୭ କିଲୋମିଟର ଦୂରତାରେ ଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ପ୍ରଶାସନ ଏହି ଉପରେ ଅବା ଜନପ୍ରତିନିଧି ମାନଙ୍କ ନଜର ପଡିପାରୁ ନାହିଁ । ଏହି ଭଙ୍ଗା ଦଦରା ବାଉସ ପୋଲ ତଳ ଦେଇ ଯାଉଥିବା ନଦୀ ସୁଅରେ ଭାସି ଯାଉଛି । ଆଉ ନିଜ ଭାଗ୍ୟକୁ ଆଦରି ନିଜ ଜୀବନକୁ ବାଜି ଲଗାଇ ଅଞ୍ଚଳ ବାସୀ ପୁଣି ପାଞ୍ଚ ବର୍ଷକୁ ଅପେକ୍ଷା କରି ବସନ୍ତି। ଅନେକ ଅଭିଯୋଗ ଅନେକ ଦାବି କଲେ ମଧ୍ୟ କାମରେ ଲାଗୁ ନଥିବା ଅଭିଯୋଗ କରୁଛନ୍ତି ଗ୍ରାମ ବାସୀ ।

Advertisement

ସ୍କୁଲ ଠାରୁ ଆରମ୍ଭ କରି ଦୈନିକ ହାଟ ବଜାର ସବୁ ଏହି ବାଉଁସ ପୋଲ ଉପରେ ନିର୍ଭର । ବାର୍ଦ୍ଧକ୍ୟ ଭତ୍ତା କୁହନ୍ତୁ ଅବା ପଞ୍ଚାୟତ ରାସନ ସାମଗ୍ରୀ ଆଣିବାକୁ ଏହି ପୋଲଦେଇ ଯିବାକୁ ପଡେ । ରୋଗୀମାନଙ୍କୁ ନେବାକୁ ହେଲେ ଆମ୍ବୁଲାନ୍ସ ଆସିପାରେ ନାହିଁ । ଖଟିଆ ,ଦୋଳା ,ଏପରିକି କାନ୍ଧରେ ମଧ୍ୟ ବୋହିକି ଆମ୍ବୁଳାଂଶ ନିକଟରେ ପହଞ୍ଚନ୍ତି । ବର୍ଷା ଦିନ ଆସିଲେ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇପଡନ୍ତି । ତେବେ ଦେଖା ଯାଉ ଖବର ପ୍ରସାରଣ ପରେ କେବେ ପରିବର୍ତ୍ତନ ହେବ ତାହା ଦେଖି ବାକୁ ବାକି ରହିଲା ।

Leave a Reply

Your email address will not be published. Required fields are marked *