Pratidin TV

Odisha's Digital News Platform

ଶବ ସତ୍କାର ପାଇଁ ବାଜିରେ ଜୀବନ , କୋରାପୁଟରୁ ଆସିଲା ଏଭଳି ଅଭାବନୀୟ ଦୃଶ୍ୟ ।

1 min read

କୋରାପୁଟ ; ସ୍ଥାୟୀ ପୋଲ ନ ଥିବା ରୁ, ଭରା ନଇଁ ପାରି ହୋଇ ଶ୍ମଶାନ କୁ ଯାଉଛି ଶୋବ। ବର୍ଷ ବର୍ଷ ଧରି, ଜୀବନ କୁ ବାଜି ଲଗାଇ ଗାଁ ଲୋକ ଶୋବ ବହି ଯାତାୟାତ କରୁଥିବା ଅଭିଯୋଗ ହୋଇଛି। ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ଗାଦିଆ ଗୁଡା ପଞ୍ଚାୟତ ଅଧିନସ୍ଥ ବଗେଇ ପଦର ଗାଁରେ। ମୁରାନ ନଦୀ ଉପରେ ସ୍ଥାୟୀ ପୋଲ ନିର୍ମାଣ ହୋଇ ନ ଥିବାରୁ ଶ୍ମଶାନ କୁ ଶବ ନେଇ ଯିବା ଲାଗି ଗ୍ରାମବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଗାଁ ର ବୃନ୍ଦାବନ ଗରଡା, ବିପୁଲ ଖରା, ସୁରେନ୍ଦ୍ର ଖରା, ଲୁକନାଥ ଡଙ୍ଗ୍ରି, ଚକ୍ର ଗରଡା, ଲବ ଭତ୍ରା ପ୍ରମୁଖ ପ୍ରକାଶ କରିଛନ୍ତି। ସେମାନେ କହିଛନ୍ତି ଯେ ଆଜି ଜଣେ ଗାଁ ର ମାଲିନି ଗରଡା (୫୦) ନାମକ ମହିଳା ଙ୍କ ମୃତ୍ୟୁ ହୋଇ ଥିଲା।

ତାଙ୍କ ଶବ ସତ୍କାର କରିବା ଲାଗି ଗାଁ ଠାରୁ ୫୦୦ ମିଟର ଦୂର ଥିବା ଶ୍ମଶାନ କୁ ଶବ ବୋହି ନେବା ଲାଗି ଭରା ନଇଁ ପାରି ହେବାକୁ ପଡିଥିଲା। ଗାଁ ନିକଟସ୍ଥ ମୁରାନା ନଦୀ ରେ ଅଧିକ ନଦୀ ପାଣି ପ୍ରବାହିତ ହେଉଥିବା ରୁ ବେକ ଓ ମୁଣ୍ଡ ଯାଏଁ ବୁଡି ଜୀବନ କୁ ବାଜି ଲଗାଇ ପାରି ହୋଇ ଶ୍ମଶାନ ଯାଇଥିଲେ ଗ୍ରାମବାସୀ । ସେମାନେ ପୁଣି କହିଛନ୍ତି ଯେ ଏଭଳି ସମସ୍ୟା କେବଳ ଗୋଟିଏ ଗାଁ ର ନୁହେଁ। ତଳଗଦ୍ରି, ପରଜା ଗଦ୍ରି ଏବଂ ଉପରୋକ୍ତ ବଗେଇ ପଦର ଗଦ୍ରି ଗାଁ ଲୋକ ଦଶନ୍ଧି ଦଶନ୍ଧି ଧରି ଦୁର୍ଦ୍ଦଶା ଭୋଗୁ ଥିବା ଗ୍ରାମ ବାସୀ ପ୍ରକାଶ କରିଛନ୍ତି।

Advertisement

ତେବେ ସାଧାରଣ ଜନତା ପ୍ରଶ୍ନ କରୁଛି ଯଦି ପୂର୍ବ ସରକାର ଓଡିଶାର ଉନ୍ନତିକରଣ କରିଥିଲା ତେବେ ଏଭଳି ଦୃଶ୍ୟ କେମିତି ଆସୁଛି । ଆଉ ଦେଖିବା ବାକି ରହିଲା ନୂଆ ସରକାର ଏଥିପାଇଁ କି କି ପଦକ୍ଷେପ ଗ୍ରହଣ କରୁଛନ୍ତି ।

Leave a Reply

Your email address will not be published. Required fields are marked *