Pratidin TV

Odisha's Digital News Platform

ରାସ୍ତା ପାଇଁ ହନ୍ତସନ୍ତ ୧୨ ଗ୍ରାମବାସୀ ; ପ୍ରଶାସନ ଓ ରାଜନେତାଙ୍କୁ ଖୋଲା ଚେତାବନୀ ….

ରାଜଗାଙ୍ଗପୁର : ରାସ୍ତା ନିର୍ମାଣ ନେଇ ଗ୍ରାମବାସୀଙ୍କ ଆନ୍ଦୋଳନ। ଆଜି ରାଜଗାଙ୍ଗପୁର ବ୍ଲକ ଅନ୍ତର୍ଗତ ଜରେଇକେଲା ପଞ୍ଚାୟତ ବାହିୟାମ ଗ୍ରାମର ଗ୍ରାମବାସୀ ମାନେ ରାସ୍ତା ନିର୍ମାଣ ପାଇଁ ଦାବି କରିବା ସହିତ ଆନ୍ଦୋଳନ କରିଥିଲେ ଓ ଆଗାମୀ ନିର୍ବାଚନ ପୂର୍ବରୁ ରାସ୍ତା ନିର୍ମାଣ ନହେଲେ ଭୋଟ ବର୍ଜନ କରିବେ ଚେତାବନୀ ଦେଇଛନ୍ତି। ମାଲିଡିହିରୁ ବାହିୟାମ ଗ୍ରାମକୁ ସଂଯୋଗ କରୁଥିବା ଆରଡ଼ି ରାସ୍ତା ର ଅବସ୍ଥା ଶୋଚନୀୟ ହୋଇ ପଡିଛି। ଏହି ରାସ୍ତା ଉପରେ ୧୨ ଟି ଗ୍ରାମ ର ପ୍ରାୟ ୮ ହଜାର ଗ୍ରାମବାସୀ ନିର୍ଭର କରନ୍ତି। ରାସ୍ତାଟି ଶୋଚନୀୟ ହେଇଯିବାରୁ ଯିବା ଆସିବା ରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଦୀର୍ଘ ଦିନରୁ ଗ୍ରାମବାସୀ ମାନେ ଜିଲ୍ଲାପ୍ରଶାସନ ଓ ରାଜନେତା ମାନଙ୍କୁ ଲିଖିତ ଭାବରେ ନିଜର ଦାବୀ ଜଣାଇ ଆସିଥିଲେ ମଧ୍ୟ ଏହାର କୌଣସି ପ୍ରକାରର ବ୍ୟବସ୍ଥା କରାଯାଇନାହିଁ। ଦୀର୍ଘ ବର୍ଷ ହେବ ଗ୍ରାମବାସୀ ଓ ସରପଞ୍ଚ ଜିଲ୍ଲା ପ୍ରସାସନ ଓ ସରକାରଙ୍କୁ ରାସ୍ତାର ମରାମତି ନିମନ୍ତେ ଦାବୀ କରୁଥିଲେ ମଧ୍ୟ କୌଣସି ପ୍ରକାରର ସୁଫଳ ମିଳିନାହିଁ କେବଳ ମିଳୁଛି ଆଶ୍ୱାସନା।

ହସ୍ପିଟାଲ,ବ୍ଲକ ଓ ତହସିଲ କାର୍ଯ୍ୟାଳୟ ଯିବା ପାଇଁ ହେଲେ ଏହି ରାସ୍ତା ହିଁ ଏକ ମାତ୍ର ମାଧ୍ୟମ। ରାସ୍ତା ର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇଯିବାରୁ ଗ୍ରାମବାସୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସରକାର ଗ୍ରାମରୁ ସହରକୁ ସଂଯୋଗ କରିବା ପାଇଁ ବିଭିନ୍ନ।ସଡ଼କ ଯୋଜନା ମାନକରୁଛନ୍ତି କିନ୍ତୁ ଜରେଇକେଲା ପଞ୍ଚାୟତ କୁ ସଂଯୋଗ କରୁଥିବା ର ରାସ୍ତାର ଅବସ୍ଥା କହିଲେ ନସରେ ଅସରାଏ ବର୍ଷା ହେଲେ ପାଦ ରେ ଚାଲିଯିବା ମଧ୍ୟ ଅସମ୍ଭବ।

ଆମ୍ବୁଲାନ୍ସ ଓ ଜରୁରୀକାଳୀନ ଗାଡି ମଧ୍ୟ ଆସୁନାହାଁନ୍ତି ଯାହା ଫଳରେ ଅକାରଣରେ ବହୁ ଜୀବନ ହାନି ଘଟୁଛି। ନିକଟରେ ଆମ୍ବୁଲାନ୍ସ ନଆସିବାରୁ ରୋଗୀ କୁ ଖଟିଆରେ ବୋହିନେବାର ଦୃଶ୍ୟ ନଜରକୁ ଆସିଛି। ଜନ ପ୍ରନିନିଧି ମାନେ ମଧ୍ୟ ନିରବ ଦର୍ଶକ ସାଜିଛନ୍ତି କିନ୍ତୁ ନିର୍ବାଚନ ପାଖେଇ ଆସିଲେ ନେତା ମାନଙ୍କ ର ଭିଡ଼ ଜମେ ସରଳ ଗ୍ରାମବାସୀଙ୍କୁ ମିଥ୍ୟା ପ୍ରତିଶୃତି ଦେଇ ଭୋଟ ଆଦାୟ କରନ୍ତି। ରାସ୍ତା ନିର୍ମାଣ ଦାବି ରେ ଆଜି ବାହିୟାମ ଗ୍ରାମର ଗ୍ରାମବାସୀ ମାନେ ଆନ୍ଦୋଳନ କରି ସରକାର ଓ ସ୍ଥାନୀୟ ଜନ ପ୍ରତିନିଧି ମାନଙ୍କ ଉପରେ ବର୍ଷିଥିଲେ। ଆଗାମୀ ନିର୍ବାଚନ ପୂର୍ବରୁ ରୁ ରାସ୍ତା ନିର୍ମାଣ ନହେଲେ ଭୋଟ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି।

Leave a Reply

Your email address will not be published. Required fields are marked *