Pratidin TV

Odisha's Digital News Platform

ଶୁଣିଲାନି ପ୍ରଶାସନ : ରାସ୍ତାରେ ଧାନତଳି ରୋଇ ପ୍ରତିବାଦ କଲେ ଉତ୍ୟକ୍ତ ଗ୍ରାମବାସୀ …

1 min read

ଉଦଳା : ସ୍ୱାଧୀନତାର ୭୫ ବର୍ଷ ପରେ ମଧ୍ୟ ଓଡିଶାର ଏଭଳି ଦୁର୍ଦ୍ଦଶାର ଶୀକାର ହେଉଛନ୍ତି ରାଜ୍ୟବାସୀ । ମଣିଷ ଅତ୍ୟାଧୁନିକ ଜଗତରେ ପ୍ରବେଶ କରିଛି ଯେଉଁଠି ମଣିଷ ମାନଙ୍କ ବଦଳରେ ମେସିନ୍ ବା ଏଆଇ କାର୍ଯ୍ୟ କରୁଛି । କିନ୍ତୁ ଆଜିବି ଓଡିଶାରେ ଏଭଳି ଅଞ୍ଚଳ ଅଛି ଯେଉଁଠି ପକାରାସ୍ତାଟିଏ ମଧ୍ୟ ନାହିଁ । ଲୋକ ଟିକିଏ ବର୍ଷାରେ ଆଣ୍ଟୁଏ ଆଣଣ୍ଠୁଏ କାଦୁଆରେ ପଶି ନିଜର ଦୈନନ୍ଦିନ କାର୍ଯ୍ୟରେ ଯାଉଛନ୍ତି । ଛୋଟ ଛୋଟ ଛୁଆ ସେହି କାଦୁଅ ଭିତରେ ପଶି ପ୍ରତ୍ୟକ ଦିନ ସ୍କୁଲ ଯିବା ଆସିବା କରୁଛନ୍ତି । ଏଭଳି ଏକ ଅଭାବନୀୟ ଦୃଶ୍ୟ ମୟୁରଭଞ୍ଜ ଜିଲ୍ଲାର କପ୍ତିପଦା ବ୍ଲକ ଘୁଣ୍ଟିବଣି ଗ୍ରାମରେ ଦେଖିବାକୁ ମିଳିଛି । ଯାହାକୁ ନେଇ ଗ୍ରାମବାସୀମାନେ ବାରମ୍ବାର ପ୍ରଶାସନିକ ଅଧିକାରୀଙ୍କୁ ଅବଗତ କରାଯାଇଥିଲେ ସୁଦ୍ଧା ପଦକ୍ଷେପ ନ ନେବାରୁ ଆଜି ଗ୍ରାମବାସୀ ମାନେ ସେହି କାଦୁଅ ରାସ୍ତାରେ ଧାନ ତଳି ରୋଇ ଅଭିନବ ପ୍ରତିବାଦ କରିଛନ୍ତି ।

ଘଟଣାଟି ଏମିତି କି କପ୍ତିପଦା ବ୍ଲକ ଘୁଣ୍ଟିବଣି ଗ୍ରାମର ପାଣ୍ଡୁ ଛକ ଠାରୁ ଘୁଣ୍ଟିବିଲ କୁ ସଂଯୋଗ କରୁଥିବା ରାସ୍ତାରେ ଏବେ ଆଣ୍ଠୁଏ ଲେଖାଏଁ କାଦୁଅ । ଗ୍ରାମର ଛାତ୍ରଛାତ୍ରୀମାନେ ବିଦ୍ୟାଳୟ ଯାଇ ପାରୁ ନାହାନ୍ତି କିମ୍ବା କୌଣସି ରୋଗୀଙ୍କୁ ଡାକ୍ତରଖାନା ନେବା ନିମନ୍ତେ ଆମ୍ବୁଲାନ୍ସ ଗ୍ରାମ ଭିତରୁ ଆସି ପାରୁ ନାହିଁ । ଯାହାକୁ ନେଇ ବାରମ୍ବାର ସରପଞ୍ଚ ଙ୍କ ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ କୁ ଜଣାଇଥିଲେ ସୁଦ୍ଧା କେହି ନଜର ନ ଦେବାରୁ ଆଜି ଉତ୍ୟକ୍ତ ଗ୍ରାମବାସୀମାନେ କାଦୁଅ ରାସ୍ତାରେ ଧାନ ତଳା ରୋଇ ପ୍ରତିବାଦ କରିଛନ୍ତି । ଏହାଦ୍ୱାରା ପ୍ରଶାସନ ଚେତିବ ବୋଲି କହିଛନ୍ତି ଗ୍ରାମବାସୀ ।

Advertisement

ଏହି ରାସ୍ତା ଫଳରେ ସମସ୍ୟାରେ ପଡୁଛନ୍ତି ପଚାଶ ରୁ ଅଧିକ ପରିବାର ଲୋକେ । ଯାହାକୁ ନେଇ ତାତିଛନ୍ତି ଲୋକେ । ଏବଂ ନେଦାମ ଛକ ନିକଟରେ ଗ୍ରାମବାସୀମାନେ ମୁଖ୍ୟ ରାସ୍ତା ଅବରୋଧ କରିଛନ୍ତି । ଏହି ରାସ୍ତା ଅବରୋଧ ଫଳରେ ଉଦଳା- ଠାକୁରମୁଣ୍ଡା, କେଉଁଝର ଯୋଗାଯୋଗ ବାଧାପ୍ରାପ୍ତ ହୋଇଛି । ଗ୍ରାମବାସୀମାନେ ଗ୍ରାମକୁ ଭଲ ସଡକ ଯୋଗାଇ ଦେବାକୁ ଦାବି କରି ଏହି ମୁଖ୍ୟ ରାସ୍ତାକୁ ଅବରୋଧ କରିଛନ୍ତି । ତେବେ ଦେଖିବା ବାକି ରହିଲା କେବେ ପ୍ରସାସନର ଦୃଷ୍ଟି ଏହି ଗ୍ରାମବାସୀଙ୍କ ସମସ୍ୟା ଉପରେ ପଡୁଛି । ସରକାରଙ୍କ ମାଳ ମାଳ ଯୋଜନା କେବେ ଏଠାରେ ଫଳପ୍ରଦ ହେଉଛି ।

Leave a Reply

Your email address will not be published. Required fields are marked *