Pratidin TV

Odisha's Digital News Platform

ପାରିଲାନି ବନ ବିଭାଗ , ପୋଖରୀରୁ କୁମ୍ଭୀରକୁ ବାହର କଲେ ଗ୍ରାମବାସୀ ।

1 min read

ରାଜନଗର ବ୍ଲକ ବ୍ରାହ୍ମଣସାହି ପଞ୍ଚାୟତ ଗଜରାଜପୁର ଗାଁ ର ଧରଣୀ ବରାଳଙ୍କ ପୋଖରୀରେ କୁମ୍ଭୀର ରହୁଥିବା ନେଇ ସ୍ଥାନୀୟ ଲୋକେ ବନବିଭାଗକୁ ପୂର୍ବରୁ ଖବର ଦେଇଥିଲେ । ମାତ୍ର ବନବିଭାଗ କୁମ୍ଭୀରଟିକୁ ଉଦ୍ଧାର କରି ପାରିନଥିଲା । ୧୪ ତାରିଖ ଶନିବାର ସକାଳୁ କୁମ୍ଭୀରଟି ଧରଣୀ ଙ୍କ ପୋଖରୀରୁ ବାହାରି ପାଖରେ ଥିବା ଅନ୍ୟ ଏକ ପୋଖରୀକୁ ଯାଉଥିବା ସମୟରେ ଗାଁ ରେ ଜଣେ ଯୁବକ ଦେଖି ଗାଁ ଲୋକଙ୍କୁ ଖବର ଦେଇଥିଲା ।

ଗାଁ ଲୋକେ ଆସି ଜାଲ ସାହାଯ୍ୟରେ ଦଶରଥ ବରାଳଙ୍କ ପୋଖରୀରୁ ଏହି ସାଢେ ଚାରିଫୁଟର କୁମ୍ଭୀରଟିକୁ ଉଦ୍ଧାର କରି ବାନ୍ଧି ପକାଇଥିଲେ । ଏହା ପରେ ବନବିଭାଗକୁ ଖବର ଦେଇଥିଲେ ଫରେଷ୍ଟର ବିଜୟ ପାତ୍ରଙ୍କ ନେତୃତ୍ୱରେ ବନ କର୍ମଚାରୀମାନେ ପହଂଚି କୁମ୍ଭୀରଟିକୁ ନେଇ ବାଉଁଶଗଡ଼ ନଦୀରେ ଛାଡ଼ିଥିବା ନେଇ ଜଣାପଡିଛି ।

Advertisement

Leave a Reply

Your email address will not be published. Required fields are marked *