Pratidin TV

Odisha's Digital News Platform

ଗଛ କାଟି ଜଙ୍ଗଲ ସଫା କରିଦେଉଛନ୍ତି ମାଫିଆ; ବନପାଳଙ୍କ ନିକଟରେ ଅଭିଯୋଗ କଲେ ଗ୍ରାମବାସୀ ..

1 min read

ବୌଦ୍ଧ : ବୌଦ୍ଧ ଜିଲ୍ଲାରେ ମାତିଛନ୍ତି ଜଙ୍ଗଲ ମାଫିଆ। ଦିନକୁ ଦିନ ଗଛ କାଟି ସଫା କରିଦେଉଛନ୍ତି ଜଙ୍ଗଲ। ଏବେ ମଧ୍ୟ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମନମୁଣ୍ଡା ରେଞ୍ଜ ଅଧିନସ୍ଥ ଗୁନ୍ଦୁଲିଆ ସେକ୍ସନରେ ଥିବା ଛେଲିଆବୁଡ଼ା ଜଙ୍ଗଲରେ । ମାଫିଆ ମାନେ ବ୍ୟାପକ ଗଛ କାଟି ନେଇଯାଉଥିବା ଗୁନ୍ଦୁଲିଆ ବନପାଳଙ୍କ ଠାରେ ଗ୍ରାମବାସୀ ଲିଖିତ ଅଭିଯୋଗ କରିଛନ୍ତି। ଗଛ କଟା ଘଟଣାର ପ୍ରକୃତ ସତ୍ୟାସତ୍ୟ ଦେଖିବା ପାଇଁ ଗ୍ରାଉଣ୍ଡ ଜିରୋରେ ପହଞ୍ଚିଥିଲେ ଆମ ବୌଦ୍ଧ ପ୍ରତିନିଧି । ହେଲେ ବ୍ୟାପକ ଗଛ କଟା ହୋଇଥିବାର ଦୃଶ୍ୟ କଏଦ୍ ହୋଇଥିଲା ଆମ କ୍ୟାମେରାରେ ।

ସୂଚାନୁସାରେ ପଟୁଆପାଲି ଗ୍ରାମବାସୀ ଦୀର୍ଘ ୧୫ ବର୍ଷ ହେବ ଛେଲିଆବୁଡ଼ା ଜଙ୍ଗଲକୁ ସୁରକ୍ଷା ଦେଇଆସୁଥିଲେ।ସରକାରଙ୍କ ତରଫରୁ ୨୦୧୯-୨୦ ମସିହାରେ ଉକ୍ତ ଜଙ୍ଗଲରେ ଗଛ ଲଗାଯାଇଥିଲା ମଧ୍ୟ ଗ୍ରାମ୍ୟ କମିଟିକୁ କୌଣସି କାଗଜପତ୍ର ଦେଇନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଶେଷରେ ଗ୍ରାମବାସୀ ସେହି ଜଙ୍ଗଲକୁ ସୁରକ୍ଷା ନଦେବାରୁ ଏବେ ସକ୍ରିୟ ହୋଇଛନ୍ତି ମାଫିଆ। ଯାହା ଫଳରେ ମାଫିଆ ମାନେ ପ୍ରତ୍ୟେକ ଦିନ ଗଛ କାଟି ନେଇ ଯାଉଥିବାରୁ ସେହି କାଠ ମାଫିଆ ମାନଙ୍କୁ ଗିରଫ କରିବା ପାଇଁ ଗ୍ରାମବାସୀ ଗୁନ୍ଦୁଲିଆ ବନପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ।

Advertisement

ଯଦି ତୁରନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନିଆନଯାଏ ତାହେଲେ ଶେଷରେ ଡି,ଏଫ୍,ଓ ଙ୍କ କାର୍ଯ୍ୟାଳୟ ଘେରାଉ କରିବା ପାଇଁ ଚେତାବନୀ ଦେଇଛନ୍ତି। ଦେଖିବାକୁ ବାକି ରହିଲା କେବେ ଏଭଳି ମାଫିଆଙ୍କୁ ଧରିବାରେ ସଫଳ ହେବ ବୌଦ୍ଧ ବନ ବିଭାଗ।

Leave a Reply

Your email address will not be published. Required fields are marked *