Pratidin TV

Odisha's Digital News Platform

ପୁଲୱାମା ସର୍ଚ୍ଚ ଅପରେଶନରେ ଥିଲେ ସାମିଲ , ୨୪ ବର୍ଷ ପରେ ଭାରତ ମାର ସେବା ସାରି ଗାଁକୁ ଫେରିଲେ ବୀର ଯବାନ ।

ଭଦ୍ରକ ; ଧାମନଗର ବ୍ଲକ ଦେହୁଡି ଆନନ୍ଦପୁର ପଞ୍ଚାୟତର ଭାରତୀୟ ଯବାନ ଶରତ ଚନ୍ଦ୍ର ମିଶ୍ରଙ୍କୁ ଗ୍ରାମ ଲୋକଙ୍କ ଦ୍ୱାରା ବିଦାୟ କାଳୀନ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ। ଶରତ ୨୦୦୧ ମସିହାରେ ଇଣ୍ଡିଆନ ଆର୍ମିରେ ଡ୍ରାଇଭର ଭାବେ ଯୋଗ ଦେଇଥିଲେ। ଏହି ସମୟରେ ଜମ୍ମୁ କାଶ୍ମୀର, ଉତରପ୍ରଦେଶ, ବିହାର, କୋଲକତା, ହାଇଦ୍ରାବାଦ, ସିକିମ୍ ଓ ଅରୁଣାଅଞ୍ଚଳ ପ୍ରଦେଶ ଓ ଅନ୍ୟ ରାଜ୍ୟର ସୀମାନ୍ତ ଅଞ୍ଚଳରେ ଭାରତୀୟ ଯବାନ ମାନଙ୍କୁ ସୁରକ୍ଷାରେ ନେବା ଆଣିବା କରିଥାନ୍ତି।

୨୦୧୯ ପୁଲବାମା ଆକ୍ରମଣ ଘଟଣାରେ ଗାଡିରେ ଯବାନ ମାନଙ୍କୁ ନେଇ ୪ଦିନ କାଳ ସର୍ଚ୍ଚ ଅପରେସନରେ ସାମିଲ ହୋଇଥିଲେ। ପରେ ୨୦୨୩ ମାର୍ଚ୍ଚ ମାସରେ ପଦୋନ୍ନତି ପାଇ ସୁଭେଦାର ହୋଇଥିଲେ। ଦୀର୍ଘ ୨୪ ବର୍ଷ ଚାକିରୀ ପରେ ଗତ ଅଗଷ୍ଟ ମାସ ୩୧ ତାରିଖରେ ଅବସର ମିଳିଛି। ଭାରତ ମା’ର ସେବା ସାରି ଗାଁକୁ ଫେରିବା ଖୁସିରେ ମନେ ରଖିବା ପାଇଁ ଶୁକ୍ରବାର ଗ୍ରାମ ଲୋକଙ୍କ ଦ୍ୱାରା ଏକ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଥିଲା।

ବାଣ ରୋଷଣୀ ସହିତ ବାଦ୍ୟଯନ୍ତ୍ର ବଜାଇ ଏକ ସୁସଜ୍ଜିତ ଜାନରେ ବୀର ଯବାନ ଶରତଙ୍କୁ ଗ୍ରାମ ବୁଲାଇଥିଲେ। ଏହି ସମୟରେ ବିଭିନ୍ନ ଛକ ବଜାରରେ ଲୋକେ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଓ ପୁଷ୍ପ ବର୍ଷା କରି ସ୍ବାଗତ ଜଣାଇଥିଲେ। ପରେ ଆନନ୍ଦପୁର ସ୍ଥିତ ଶରତଙ୍କ ବାସଭବନରେ ଏକ ସଭାର ଆୟୋଜନ ହୋଇଥିଲା। ଏଥିରେ ସ୍ଵାଧୀନତା ସଂଗ୍ରାମୀ ବ୍ରଜକିଶୋର ରାଉତ, ପୁର୍ବତନ ସରପଞ୍ଚ ବିଜୟ ଦାସଙ୍କ ସମେତ ଶିକ୍ଷକ, ରାଜନେତା ଓ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ଶରତଙ୍କ କାର୍ଯ୍ୟ ଦକ୍ଷତାକୁ ପ୍ରଶଂସା କରିଥିଲେ।

Leave a Reply

Your email address will not be published. Required fields are marked *