ମଣିଷ ନୁହେଁ ଗ୍ରାମବାସୀ ପାଳିଲେ ମାଙ୍କଡର ଏକାଦଶ
1 min readଆଶ୍ଚର୍ଯ୍ୟ ଲାଗିଲେ ବି ସତ। ମାଙ୍କଡର ଶୁଦ୍ଧି କ୍ରିୟା କଲେ ଗ୍ରାମବାସୀ। ଛଅ ଖଣ୍ଡ ଗାଁର ଲୋକେ ଏକତ୍ରିତ ହେଲେ ଆଉ ବୈଦିକ ରିତିନୀତିରେ ମାଙ୍କଡର ଶୁଦ୍ଧି କ୍ରିୟା କରିଲେ। ଗାଁରେ ମାଙ୍କଡକୁ ପ୍ରଭୁ ହନୁମାନଙ୍କ ସ୍ୱରୂପ ଭାବି ଗାଁ ଲୋକେ ମାଙ୍କଡକୁ ଶେଷକୃତ୍ୟ ଦେବା ସହ ୧୧ ଦିନ ପରେ ଏକାଦଶାହରେ ଭୋଜି ଭାତରେ ୧୫ ଶହରୁ ଅଧିକ ଲୋକ ସାମିଲ ହୋଇଥିଲେ।
ସୂଚନା ଅନୁସାରେ, ବାଲେଶ୍ବରରେ କିଛି ହୃଦୟ ବିତାରକ ଦୃଶ୍ୟ ଦେଖିବାକୁ ମିଳିଛି।ଏହି ଆଶ୍ଚର୍ଯ୍ୟଜନକ ଘଟଣା ବାଲେଶ୍ବର ରେମୁଣା ବ୍ଲକ୍ ଅଞ୍ଚଳର ଟିକିରା ପାଳ ଗାଁ ଦେଖିବାକୁ ମିଳିଛି । ଏଠାରେ ଗତ କିଛି ଦିନ ପୂର୍ବେ ଦଳେ ମାଙ୍କଡ ଖେଳୁଥିବା ବେଳେ ବିଦ୍ୟୁତ୍ ଖୁଣ୍ଟରେ ଚଢ଼ି ଗୋଟିଏ ମାଙ୍କଡ ଆହତ ହୋଇ ତଳେ ପଡ଼ିଥିଲା। ହଟାତ୍ ଏଠାକାର ଗ୍ରାମବାସୀ ମାଙ୍କଡକୁ ବଞ୍ଚାଇବା ପାଇଁ ପ୍ରୟାସ କରିଥିଲେ ମଧ୍ୟ ବିଫଳ ହୋଇଥିଲେ ଏବଂ ମାଙ୍କଡଟି ଜୀବନ ହରାଇଥିଲା। ହେଲେ ଗ୍ରାମବାସୀଙ୍କ ଆସ୍ଥା ଆଉ ବିଶ୍ୱାସ ଗୋଟିଏ ନୂଆ ପରିଚୟ ଦେଇଛି ଏବେ ସେ ଅଞ୍ଚଳକୁ। ମାଙ୍କଡ କୁ ପ୍ରଭୁ ହନୁମାନଙ୍କ ସ୍ୱରୂପ ଭାବି ସସମ୍ମାନେ ତାର ମୃତଦେହ ପୋତିବା ସହ ବିଧି ଅନୁସାରେ ଏକାଦଶ କର୍ମ କ୍ରିୟା ମଧ୍ୟ ପାଳନ କରିଥିଲେ । ଗାଁର କିଛି ଲୋକେ ଘାଟକୁ ମଧ୍ୟ ଯାଇଥିଲେ । ଆଉ ଏଗାର ଦିନ କାଯ୍ୟକ୍ରମରେ ଭୋଜି ଭାତର ମଧ୍ୟ ଆୟୋଜନ କରିଥିଲେ ଗ୍ରାମବାସୀ।