Pratidin TV

Odisha's Digital News Platform

ଓଜନ କମାଇବା ପାଇଁ ଚୁଟି-ନଖ କାଟିବା ସହ ରକ୍ତ ବାହାର କରିଥିଲେ ଭିନେଶ

1 min read

ମହିଳା ରେସଲର ଭିନେଶ ଫୋଗଟ ଅଯୋଗ୍ୟ ଘୋଷିତ ହେବା ସମସ୍ତଙ୍କୁ ନିରାଶ କରିଛି। ଏଥିସହିତ କୋଟିକୋଟି ଭାରତୀୟଙ୍କ ଆଶା ମଧ୍ଯ ମଉଳି ଯାଇଛି। ସୂଚନା ଅନୁଯାୟୀ, ମଙ୍ଗଳବାର ରାତିରେ ଭିନେଶ ଫୋଗଟଙ୍କ ଓଜନ ୧00 ଗ୍ରାମ ଅଧିକ ଥିଲା ଏବଂ ଏହାକୁ ହ୍ରାସ କରିବା ପାଇଁ ସେ କଠିନ ପରିଶ୍ରମ ମଧ୍ଯ କରିଥିଲେ।

ମଙ୍ଗଳବାର ହ୍ୟାଟ୍ରିକ ବିଜୟ ସହ ଭିନେଶ ଫାଇନାଲରେ ପ୍ରବେଶ କରିଥିଲେ। ହେଲେ ରାତାରାତି ତାଙ୍କ ଓଜନ ୧ କେଜି ବଢ଼ି ଯାଇଥିଲା। ଏହାକୁ କମ କରି ଫାଇନାଲ ମ୍ୟାଚ୍‌ ପାଇଁ ପ୍ରସ୍ତୁତ ହେବାକୁ ଭିନେଶ ଲାଗି ପଡ଼ିଥିଲେ।

Advertisement

ସେ ଓଜନ କମାଇବା ପାଇଁ ନିଜର ଚୁଟି କାଟି ଦେଇଥିଲେ। ଏପରି କି ଶୀରାରୁ କିଛି ରକ୍ତ ମଧ୍ୟ ବାହାର କରି ଓଜନ କମାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ଏତେ ସବୁ ଉଦ୍ୟମ ପରେ ମଧ୍ୟ ତାଙ୍କ ଓଜନ ଧାର୍ଯ୍ୟ ସୀମା ମଧ୍ୟରେ ରହି ନଥିଲା। ସେ ଓଜନ କମାଇବାକୁ ରାତିରାତି ସାଇକେଲିଂ ମଧ୍ୟ କରିଥିଲେ। ସେ ମାତ୍ର ୫୦ କିଲୋ ୧୫୦ ଗ୍ରାମରେ ପହଞ୍ଚି ପାରିଥିଲେ। ଘଣ୍ଟାଘଣ୍ଟା ଧରି ସୋନା ରୁମରେ ବସି ରହିଥିଲେ। ଏତେ ସବୁ ପରିଶ୍ରମ ପରେ ତାଙ୍କ ଓଜନ ୯୦୦ ଗ୍ରାମ କମିଥିଲା। ଆଉ ମାତ୍ର ୧00 ଗ୍ରାମ ପାଇଁ ତାଙ୍କୁ ଡିସକ୍ୱାଲିଫାଏଡ କରିଦିଆ ଯାଇଥିଲା |

ତେବେ ଅଯୋଗ୍ୟ ଘୋଷଣା ପରେ ସେ ହଠାତ୍‌ ଅସୁସ୍ଥ ହୋଇ ପଡିଥିଲେ। ଚେତାଶୂନ୍ୟ ହୋଇ ମୁଣ୍ଡ ବୁଲାଇ ପଡିଯିବାରୁ ତାଙ୍କୁ ପ୍ୟାରିସରେ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଏହାପରେ ତାଙ୍କର ଏକ ଫଟୋ ଭାଇରାଲ ହୋଇଛି।

Leave a Reply

Your email address will not be published. Required fields are marked *