Pratidin TV

Odisha's Digital News Platform

ମଉଳିଗଲା ଭାରତ ର ସ୍ବର୍ଣ୍ଣ ପଦକ ଆଶା , ଅଲିମ୍ପିକ୍ସରୁ ଭିନେଶ ଫୋଗଟ୍‌ ଡିସ୍‌କ୍ବାଲିଫାଏଡ୍‌ ଘୋଷିତ

1 min read

ଫାଇନାଲ ଆଗରୁ ଭାରତ କୁ ଲାଗିଲା ଶକ୍ତ ଝଟକା । ମହିଳା ରେସଲର ଆଥଲେଟ୍ ଭିନେଶ ଫୋଗେଟ୍ ହେଲେ ଅଲମ୍ପିକ୍ସ ରୁ ଡିସ୍‌କ୍ବାଲିଫାଏଡ୍‌ । ଧାର୍ଯ୍ୟଠାରୁ ଅଧିକ ଓଜନ ପାଇଁ ଡିସ୍‌କ୍ବାଲିଫାଏଡ୍‌ ହୋଇଥିବା ସୂଚନା ମିଳିଛି । ୫୦ କେଜିଠାରୁ ଭିନେଶ ମାତ୍ର କିଛି ଗ୍ରାମ ଅଧିକ ଓଜନର ହୋଇଥିବା ସୂଚନା ମିଳିଛି। ରିପୋର୍ଟ ଅନୁସାରେ ଭିନେଶଙ୍କ ଓଜନ ଧାର୍ଯ୍ୟ ସୀମାଠାରୁ ମାତ୍ର ୧୦୦ ଗ୍ରାମ ଅଛି। ଏଥିପାଇଁ ତାଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଛି।

ପ୍ରତିଯୋଗିତାର ନିୟମ ଅନୁଯାୟୀ, ଭିନେଶ ରୌପ୍ୟ ପଦକ ପାଇଁ ମଧ୍ୟ ଯୋଗ୍ୟ ହେବେ ନାହିଁ। ଏବେ କେବଳ ୫୦ କିଲୋଗ୍ରାମରେ ସ୍ୱର୍ଣ୍ଣ ଏବଂ ବ୍ରୋଞ୍ଜ ପଦକ ବିଜେତାମାନେ ହିଁ ଅଂଶଗ୍ରହଣ କରିବେ। ଆଜି ରାତି 12: 45 ରେ ଆମେରିକାର ରେସଲରଙ୍କ ବିପକ୍ଷରେ ସ୍ୱର୍ଣ୍ଣ ପଦକ ମ୍ୟାଚ୍ ଖେଳିବାକୁ ଥିଲା କିନ୍ତୁ ବର୍ତ୍ତମାନ ସେ ଏହି ମ୍ୟାଚରୁ ଦୂରେଇ ଯାଇଛନ୍ତି ଯେଉଁଥିରେ ସେ ରୋପ୍ୟ ପଦକ ମଧ୍ୟ ପାଇବେ ନାହିଁ।

Advertisement

Leave a Reply

Your email address will not be published. Required fields are marked *