ଭିନେଶ ଫୋଗଟ୍ ଡିସ୍କ୍ୱାଲିଫାଏଡ କୁ ନେଇ ସଂସଦରେ ସରକାରଙ୍କୁ ଘେରିଲେ ବିରୋଧୀ ..
1 min readନୂଆଦିଲ୍ଲୀ: ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ ଆରମ୍ଭ ହେବା ପୂର୍ବରୁ ମଧ୍ୟ ବିବାଦ ଘେରରେ ରହିଥିଲା । ଖେଳ ଆରମ୍ଭ ହେବା ପରେ ବିବାଦ ବନ୍ଦ ହେବାର ନା ଧରୁନି। ବର୍ତ୍ତମାନ ଭାରତୀୟ ଶିବିର ପାଇଁ ଏକ ଖରାପ ଖବର ହେଉଛି ଯେ କୁସ୍ତିରେ ମହିଳା ୫୦ କିଲୋଗ୍ରାମ ବର୍ଗର ଅନ୍ତିମ ମ୍ୟାଚରୁ ଭିନେଶ ଫୋଗାଟ ବାହାରି ଯାଇଛନ୍ତି । ୫୦ କେଜି ବର୍ଗ କୁସ୍ତିରେ ଫାଇନାଲକୁ ଉତ୍ତୀର୍ଣ୍ଣ ହୋଇଥିଲେ ବିନେଶ ଫୋଗାଟ । କିନ୍ତୁ କୁସ୍ତିଯୋଦ୍ଧା ବିନେଶ ଫୋଗାଟଙ୍କୁ ଲାଗିଛି ବଡ଼ ଝଟକା । ଧାର୍ଯ୍ୟ ସୀମାଠାରୁ ସେ ଅଧିକ ଓଜନ ହେଇଥିବାରୁ ତାଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଛି । ଯାହାଫଳରେ ବିନା ମେଡାଲରେ ସ୍ୱଦେଶ ଫେରିବେ ବିନେଶ । ବର୍ତ୍ତମାନ ଭିନେଶଙ୍କୁ ଅଯୋଗ୍ୟ ଘୋଷଣା ହେବା ପରେ ସଂସଦରେ ଉଠିଛି ଝଡ । ଶାସକ ଦଳକୁ ଘେରିଛି ବିରୋଧୀ । ଲୋକସଭା ଅଧିବେଶନ ଚାଲିଥିବା ସମୟରେ ଭିନେଶ ଫୋଗାଟଙ୍କ ଅଯୋଗ୍ୟତା ଖବର ଆସିବା ମାତ୍ରେ ବିରୋଧୀ ସାଂସଦ ମାନେ ହୋହାଲ୍ଲା ଆରମ୍ଭ କରିଦେଇଥିଲେ ।
ସାଂସଦ ପପୁ ଯାଦବ, ହରେନ୍ଦ୍ର ମଲିକ ଏବଂ ଚନ୍ଦ୍ରଶେଖର ଆଜାଦ ପାଟିତୁଣ୍ଡ କରିଥିଲେ। ଏହା ସହିତ ଏଆଇଏମ୍ଆଇଏମ୍ ମୁଖ୍ୟ ଏବଂ ହାଇଦ୍ରାବାଦ ସାଂସଦ ଅସଦୁଦ୍ଦିନ ଓୱେସି ମଧ୍ୟ ଗୃହରେ ହୋହାଲ୍ଲା କରିଥିଲେ। ବିରୋଧୀ ସାଂସଦମାନେ ଅଭିଯୋଗ କରିଛନ୍ତି ଯେ ଅଯୋଗ୍ୟତା ପାଇଁ ଭିନେଶ ଫୋଗାଟଙ୍କୁ ସୁଚିନ୍ତିତ ଭାବେ ଟାର୍ଗେଟ କରାଯାଇଛି। ଏହି ଉତ୍ତେଜନା ପରେ କ୍ରୀଡ଼ା ମନ୍ତ୍ରୀ ଡକ୍ଟର ମାନସୁଖ ମାଣ୍ଡଭିଆ ଭିନେଶ ଫୋଗାଟ ପ୍ରସଙ୍ଗରେ ନିଜର ପ୍ରତିକ୍ରିୟା ରଖିଥିଲେ ।ଲୋକସଭା ଅଧିବେଶନ ଚାଲିଥିବା ସମୟରେ ଭିନେଶ ଫୋଗାଟଙ୍କ ଅଯୋଗ୍ୟତା ଖବର ଆସିବା ମାତ୍ରେ ବିରୋଧୀ ସାଂସଦ ମାନେ ହୋହାଲ୍ଲା ଆରମ୍ଭ କରିଦେଇଥିଲେ । ସାଂସଦ ପପୁ ଯାଦବ, ହରେନ୍ଦ୍ର ମଲିକ ଏବଂ ଚନ୍ଦ୍ରଶେଖର ଆଜାଦ ପାଟିତୁଣ୍ଡ କରିଥିଲେ। ଏହା ସହିତ ଏଆଇଏମ୍ଆଇଏମ୍ ମୁଖ୍ୟ ଏବଂ ହାଇଦ୍ରାବାଦ ସାଂସଦ ଅସଦୁଦ୍ଦିନ ଓୱେସି ମଧ୍ୟ ଗୃହରେ ହୋହାଲ୍ଲା କରିଥିଲେ। ବିରୋଧୀ ସାଂସଦମାନେ ଅଭିଯୋଗ କରିଛନ୍ତି ଯେ ଅଯୋଗ୍ୟତା ପାଇଁ ଭିନେଶ ଫୋଗାଟଙ୍କୁ ସୁଚିନ୍ତିତ ଭାବେ ଟାର୍ଗେଟ କରାଯାଇଛି। ଏହି ଉତ୍ତେଜନା ପରେ କ୍ରୀଡ଼ା ମନ୍ତ୍ରୀ ଡକ୍ଟର ମାନସୁଖ ମାଣ୍ଡଭିଆ ଭିନେଶ ଫୋଗାଟ ପ୍ରସଙ୍ଗରେ ଲୋକସଭାରେ ଉତ୍ତର ଦେବେ।
ସଂସଦରେ କ୍ରୀଡ଼ାମନ୍ତ୍ରୀ ମନସୁଖ୍ ମାଣ୍ଡବ୍ୟ ଏକ ବିବୃତ୍ତି ଦେଇଛନ୍ତି। ସେ ଲୋକ ସଭାରେ ସମ୍ବୋଧିତ କରି କହିଛନ୍ତିି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ ଅଲିମ୍ପିକ ଆସୋସିଏଶନ (ଆଇଓଏ)କୁ ପ୍ୟାରିସ ଅଲିମ୍ପିକ ପ୍ରତିଯୋଗିତାରୁ ରେସଲର ଭିନେଶ ବାଦ୍ ଦେବା ନେଇ ଆବଶ୍ୟକ ପଦକ୍ଷେପ ନେବାକୁ କହିଛନ୍ତି। କ୍ରୀଡ଼ାମନ୍ତ୍ରୀ କହିଛନ୍ତି, ‘ଆଇଓଏ ମୁଖ୍ୟ ପି.ଟି. ଉଷା ପ୍ୟାରିସରେ ଅଛନ୍ତି ଏବଂ ପ୍ରଧାନମନ୍ତ୍ରୀ ନିଜେ ତାଙ୍କ ସହ କଥା ହୋଇଛନ୍ତି। ମହିଳା ୫୦ କିଲୋଗ୍ରାମ ରେସଲିଂ ଫାଇନାଲ ପୂର୍ବରୁ ଓଜନ ବଢ଼ିଯାଇଥିବାରୁ ବୁଧବାର ଅଲିମ୍ପିକ୍ସରୁ ଅଯୋଗ୍ୟ ଘୋଷିତ ହୋଇଥିଲେ। ତେବେ ଆଜି କେବଳ ଭିନେଶ ଙ୍କ ସ୍ବପ୍ନ ଭାଙ୍ଗିନି ସାରା ଦେଶ ବାସି ନିରାଶ ହୋଇଛନ୍ତି । ଆଜି ମାତ୍ର 100 ଗ୍ରାମ ପାଇଁ 140 କୋଟି ଭାରତୀୟ ଙ୍କୁ ଲାଗିଛି ବଡ଼ ଝଟକା ।