Pratidin TV

Odisha's Digital News Platform

ହାରିକି ବି ଜିତିଗଲେ ଭିନେଶ ଫୋଗାଟ୍ , ଭାରତ ଆସିବା ପରେ ମିଳିଲା ସ୍ବର୍ଣ୍ଣ..

1 min read

ହାରିକି ବି ଜିତିଗଲେ ଭିନେଶ ଫୋଗାଟ୍ । ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ରେ ଭିନେଶ ଫୋଗାଟ୍ ଚମତ୍କାର ପ୍ରଦର୍ଶନ କରିଥିଲେ। ସେ ମହିଳା କୁସ୍ତିର ୫୦କିଲୋଗ୍ରାମ ବର୍ଗରେ ଫାଇନାଲରେ ପ୍ରବେଶ କରିଥିଲେ ଏବଂ ସ୍ୱର୍ଣ୍ଣ ପଦକ ଜିତିବା ପାଇଁ ଏକ ପ୍ରତିଯୋଗୀ ଭାବରେ ବିବେଚିତ ହୋଇଥିଲେ । ତାଙ୍କ ସହ ପୁରା ଦେଶ ତାଙ୍କ ବିଜୟ କୁ ଅପେକ୍ଷା କରିଥିଲା । ହେଲେ ଫାଇନାଲ ପୂର୍ବରୁ ଏକ ଘଟଣା ଭାଙ୍ଗିଦେଇଥିଲା ସମସ୍ତଙ୍କ ହୃଦୟ । ନିୟମ ଅନୁଯାୟୀ, ଓଜନ ସମୟରେ ତାଙ୍କ ଓଜନ ୧୦୦ ଗ୍ରାମ ଅଧିକ ଥିବାରୁ ତାଙ୍କୁ ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟି (ଆଇଓସି) ଅଯୋଗ୍ୟ ଘୋଷଣା କରିଥିଲେ। ଏହି ନିଷ୍ପତ୍ତି ପରେ ଭିନେଶଙ୍କ ସହ   ଭାଙ୍ଗି ଯାଇଥିଲା ୧୪0 କୋଟି ଭାରତୀୟ ଙ୍କ ହୃଦୟ। ନିଶ୍ଚିତ ପଦକରୁ   ବଞ୍ଚିତ ହୋଇଥିଲେ  ଭିନେଶ । ଏହାପରେ ମଧ୍ୟ  କ୍ରୀଡ଼ା ଅଦାଲତ, ଆର୍ବିଟ୍ରେସନ୍ ଫର ସ୍ପୋର୍ଟସ୍ (ସିଏଏସ)ରେ ଭିନେଶ ଏହି ନିଷ୍ପତ୍ତି ବିରୋଧରେ ଆବେଦନ କରିଥିଲେ।

କିନ୍ତୁ ଏହି ମାମଲାଟି ସଫଳ ହୋଇ ପାରିଲାନାହିଁ । ତାଙ୍କୁ ପ୍ୟାରିସରୁ ଖାଲି ହାତରେ ଭାରତ ଫେରିବାକୁ ପଡିଲା। ତେବେ, ଏବେ ରୌପ୍ୟ ସ୍ବର୍ଣ୍ଣ ପଦକ ବିନା ତାଙ୍କର ଖାଲି ହାତରେ ଫେରିବାର ଯନ୍ତ୍ରଣା ଦୂର ହୋଇଯାଇଛି । ତାଙ୍କର ପଦକ ନ ପାଇବା ଦୁଃଖ ମେଣ୍ଟିଛି। ଏବେ ଭିନେଶଙ୍କ ସ୍ବପ୍ନ ପୁରଣ ହୋଇଛି । ଅଯୋଗ୍ୟ ହେବା ପରେ ଆଇଓସିଙ୍କ ନିଷ୍ପତ୍ତି ବିରୋଧରେ ଭିନେଶ ଫୋଗାଟ୍ ସିଏଏସରେ ଏକ ପିଟିସନ ଦାଖଲ କରିଥିଲେ। ତାଙ୍କ ଆବେଦନରେ ସେ ଜଏଣ୍ଟ ରୌପ୍ୟ ପଦକ ମାଗିଥିଲେ। ଅବଶ୍ୟ, ସିଏଏସ ୟୁନାଇଟେଡ୍ ୱାର୍ଲ୍ଡ ରେସଲିଂ (ୟୁଡବ୍ଲୁଡବ୍ଲୁ) ଏବଂ ଆଇଓସିର ନିଷ୍ପତ୍ତି ଗ୍ରହଣ କରିଥିଲେ ଏବଂ ଭିନେଶଙ୍କ ଆବେଦନକୁ ଖାରଜ କରିଥିଲେ। ଏହି ନିଷ୍ପତ୍ତିରୁ ଭିନେଶଙ୍କୁ ଏକ ବଡ଼ ଝଟକା ଲାଗିଥିଲା। ରୌପ୍ୟ ପଦକ ନ ପାଇ ସେ ବହୁତ ଭାଙ୍ଗିପଡିଥିଲେ । ଯାହା ସେ ମଧ୍ୟ ଉଲ୍ଲେଖ କରିଛନ୍ତି। ଭାରତୀୟ ରେସଲର ଦୁଃଖ ଦେଖି ହରିୟାଣାର ଖାପ୍ ପଞ୍ଚାୟତ ତାଙ୍କୁ ସ୍ୱର୍ଣ୍ଣ ପଦକରେ ସମ୍ମାନିତ କରିବାକୁ ପ୍ରତିଶ୍ରୁତି ଦେଇଥିଲା। ଭିନେଶ ପ୍ୟାରିସରୁ ତାଙ୍କ ଗାଁ ବଲାଲିରେ ପହଞ୍ଚିବା ମାତ୍ରେ ତାଙ୍କୁ ସ୍ୱର୍ଣ୍ଣ ପଦକ ପ୍ରଦାନ କରାଯାଇଥିଲା।ସେ ୧୭ ଅଗଷ୍ଟରେ ଦିଲ୍ଲୀ ବିମାନବନ୍ଦରରେ ଅବତରଣ କରିଥିଲେ। ଏହା ପରେ ସେ ୧୩ ଘଣ୍ଟା ଯାତ୍ରା କରି ନିଜ ଗାଁରେ ପହଞ୍ଚିଲେ। ତାଙ୍କ ଗାଁରେ ଭିନେଶଙ୍କ ପାଇଁ ଏକ ସ୍ୱତନ୍ତ୍ର ସମାରୋହ ଆୟୋଜନ କରାଯାଇଥିଲା। ଯେଉଁଠାରେ ତାଙ୍କୁ ସ୍ୱର୍ଣ୍ଣ ପଦକ ପ୍ରଦାନ କରାଯାଇଥିଲା।

Leave a Reply

Your email address will not be published. Required fields are marked *