Pratidin TV

Odisha's Digital News Platform

ବିନା ପଦକରେ ଭାରତ ଫେରିବେ ଭିନେଶ , ଫଟୋ ବଖାଣୁଛି ଭିନେଶଙ୍କ ଦୁଃଖ ..

1 min read

ପ୍ୟାରିସ ଅଲିମ୍ପିକ୍ସରୁ ନିଶ୍ଚିନ୍ତ ପଦକରୁ  ବଞ୍ଚିତ ହୋଇଥିଲେ ଭିନେଶ ଫୋଗଟ।  ତାଙ୍କ  ଅଯୋଗ୍ୟତା ଭାରତ ପାଇଁ ଏକ ବଡ ଝଟକା। ଭାଙ୍ଗିଦେଇଛି 140 କୋଟି ଭାରତୀୟଙ୍କ ହୃଦୟ ।   ଭିନେଶଙ୍କ ଉପରେ CAS ର ନିଷ୍ପତ୍ତି ଏପର୍ଯ୍ୟନ୍ତ ଆସି ନାହିଁ। ତେବେ ଏହାରି ମଧ୍ୟରେ  ଭିନେଶ ଫୋଗଟ ନେଇଛନ୍ତି ପ୍ୟାରିସରୁ ବିଦାୟ ।  ମିଳିଥିବା ସୂଚନା ଅନୁଯାୟୀ, ଅଲିମ୍ପିକ୍ସ ୨୦୨୪ରେ ଭାରତ ପାଇଁ କୁସ୍ତିରେ ବ୍ରୋଞ୍ଜ ପଦକ ଜିତିଥିବା ଅମନ ସେରାୱତଙ୍କ ସହ ଭିନେଶ ନୂଆଦିଲ୍ଲୀରେ ଅବତରଣ କରିବେ। ତେବେ ସୋସିଆଲ ମିଡିଆରେ ସେୟାର ହୋଇଥିବା ଭିଡିଓରେ  ଭିନେଶ ଫୋଗଟ ସୋମବାର ପ୍ୟାରିସରୁ ଭାରତ ଫେରୁଥିବା ଦେଖିବାକୁ ମିଳିଛି।

ଯେହେତୁ CAS ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ଦେଇନାହିଁ, ତେଣୁ ଭିନେଶ ବିନା ପଦକରେ ଭାରତକୁ ଫେରୁଛନ୍ତି ବୋଲି ଅନୁମାନ କରାଯାଉଛି। ସୂଚନାଯୋଗ୍ୟ, ଭିନେଶ ଫୋଗଟଙ୍କ ଉପରେ CAS ନିଷ୍ପତ୍ତି ୧୦ଅଗଷ୍ଟରେ ଆସିବାରଥିଲା, କିନ୍ତୁ ବର୍ତ୍ତମାନ ତାରିଖ ୧୩ ଅଗଷ୍ଟକୁ ବୃଦ୍ଧି କରାଯାଇଛି। ଭାରତୀୟ ମହିଳା ରେସଲର ଭିନେଶ ଫୋଗାଟ ପ୍ୟାରିସ ଅଲିମ୍ପିକ୍ସ 2024ରେ କୁସ୍ତି ଫାଇନାଲକୁ ଯାଇ ଇତିହାସ ରଚିଥିଲେ । ହେଲେ ତାଙ୍କର ଓଜନ ନିର୍ଦ୍ଧାରିତ ବର୍ଗରୁ କେବଳ 100 ଗ୍ରାମ ଅଧିକ ଥିବା ଦର୍ଶାଇ ତାଙ୍କୁ ଫାଇନାଲରୁ ଅଯୋଗ୍ୟ ଘୋଷଣା କରାଯାଇଥିଲା  । ଏହି ନିଷ୍ପତ୍ତି ବିରୋଧରେ ଭିନେଶ କୋର୍ଟ ଅଫ୍‌ ଆର୍ବିଟ୍ରେସନ ଫର ସ୍ପୋର୍ଟ୍ସ (CAS) ନିକଟକୁ ଯାଇ ରୌପ୍ୟ ପଦକ ଦାବି କରିଛନ୍ତି । ଯାହାର   ରାୟ ଆଜି  ଶୁଣାଇବେ । ଯାହାକୁ ଭିନେଶଙ୍କ ସମେତ ସାରା ଦେଶବାସୀ ଅପେକ୍ଷା କରିଛନ୍ତି ।

Leave a Reply

Your email address will not be published. Required fields are marked *