Pratidin TV

Odisha's Digital News Platform

ରାଜନୀତି କରିବେ କି ବିନେଶ ଫୋଗଟ ? କଂଗ୍ରେସ ସାଂସଦଙ୍କ ସହ କାର୍ ରେ ଆସିଲେ ବିନେଶ…

1 min read

ସ୍ୱଦେଶ ଫେରିଛନ୍ତି ମହିଳା କୁସ୍ତି ଖେଳାଳି ବିନେଶ ଫୋଗଟ। ଆଖିରେ ଲୁହ ନେଇ ଦେଶକୁ ଫେରିବା ପରେ ତାଙ୍କ ସ୍ୱାଗତ କରାଯାଇଛି। ପ୍ୟାରିସ ଅଲିମ୍ପିକ୍ସରେ ମାତ୍ର ୧୦୦ଗ୍ରାମ ଓଜନ ଅଧିକ ହେବାରୁ ପଦକ ବିଜେତାରୁ ବଞ୍ଚିତ ହୋଇଥିବା ବିନେଶଙ୍କୁ ନେଇ ଗତ କିଛି ଦିନ ଲଗାତାର ଚର୍ଚ୍ଚା ଲାଗି ରହିଛି। ହେଲେ ଆଜି ବିନେଶ ସକାଳ ୧୦:୩୦ ମିନିଟରେ ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି। ବିମାନବନ୍ଦରରେ ତାଙ୍କୁ ସ୍ୱାଗତ କରିବା ପାଇଁ ବଜରଙ୍ଗ ପୁନିଆ, ସାକ୍ଷୀ ମଲ୍ଲିକଙ୍କ ଭଳି ବରିଷ୍ଠ ଖେଳାଳି ପହଞ୍ଚିଥିଲେ। ତେବେ ଏହି ସ୍ୱାଗତ ସମାରୋହରେ  କଂଗ୍ରେସ ସାଂସଦ ତଥା ହରିଆଣା କଂଗ୍ରେସର ବରିଷ୍ଠ ନତା ଦିପେନ୍ଦ୍ର ହୁଡ୍ଡା ନଜର ଆସିଥିଲେ । ଏହାସହିତ ଦିପେନ୍ଦ୍ର ହୁଡ୍ଡା  ବିନେଶଙ୍କ କାରରେ ମଧ୍ୟ ଯାଇଥିଲେ  । ଯାହା  ପରେ ଏବେ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି ।

ପ୍ୟାରିସ ଅଲିମ୍ପିକ୍ସରେ ବିନେଶ ଫୋଗଟଙ୍କ ବିବାଦକୁ ନେଇ ହରିଆଣା ରାଜନୀତି ସରଗରମ ରହିଥିଲା । ଦିପେନ୍ଦ୍ର ହୁଡ୍ଡାଙ୍କ ପିତା ତଥା ପୂର୍ବତନ ସାଂସଦ ଏହା ବି କହିଥିଲେ କି ତାଙ୍କ ପାଖରେ ସଂଖ୍ୟା ବଳ ନାହିଁ, ନହେଲେ କଂଗ୍ରେସ ତରଫରୁ ବିନେଶଙ୍କୁ ରାଜ୍ୟସଭା ପଠାଯାଇଥାନ୍ତା । ଏହାକୁ ନେଇ ନେତାମାନଙ୍କ ମଧ୍ୟରେ ଜୋରଦାର ବୟାନବାଜୀ ହୋଇଥିଲା । ବିଜେପି, ଆମ୍ ଆଦମୀ ପାର୍ଟି ଓ ବିନେଶଙ୍କ ମା’ ମଧ୍ୟ ଏହି ବୟାନବାଜୀରେ ସାମିଲ ହୋଇଥିଲେ । ନିକଟରେ ହରିଆଣାରେ ବିଧାନସଭା ନିର୍ବାଚନ ନେଇ ତାରିଖ ଘୋଷଣା ସରିଛି । ଏହାସହିତ ଏବେ କଂଗ୍ରେସ ନେତାମାନେ କୁସ୍ତିଯୋଦ୍ଧାଙ୍କ ସମର୍ଥନରେ ଅଛନ୍ତି ଓ ଏହାର ଫାଇଦା ନେବାକୁ ଏହା ପ୍ରକୋଷ୍ଟ ସମୟ । ବିନେଶ ଙ୍କୁ ନେଇ ବାଜି ଜିତିବାକୁ କଂଗ୍ରେସ ବିଚାର କରୁଛି  ।  ସେପଟେ ହରିଆଣାର କ୍ରୀଡା ମନ୍ତ୍ରୀ ସଂଜୟ ସିଂ ବିନେଶ ଫୋଗଟଙ୍କୁ ରାଜନୀତିରେ ଯୋଗଦେବାକୁ ନିମନ୍ତ୍ରଣ କରିଛନ୍ତି । ସେ କହିଛନ୍ତି କି, ଯଦି ବିନେଶ ଫୋଗାଟ ବିଜେପିରେ ଯୋଗ ଦିଅନ୍ତି ତେବେ ବିଧାନସଭା ନିର୍ବାଚନରେ ତାଙ୍କୁ ଟିକେଟ ମିଳିବା ନେଇ ବିଚାର କରାଯିବ । ତେବେ ଏହାରି ମଧ୍ୟରେ ବିନେଶ ଙ୍କ ଆଗାମୀ ପଦକ୍ଷେପ କଣ ରହିବ ତାହା ଉପରେ ରହିଛି ସଭିଙ୍କ ନଜର  ।

Leave a Reply

Your email address will not be published. Required fields are marked *