Pratidin TV

Odisha's Digital News Platform

ହରିୟାଣା ନିର୍ବାଚନ ଫଳାଫଳ: ଜୁଲାନାରୁ ଜିତିଲେ ଭିନେଶ ଫୋଗାଟ …

1 min read

ନିର୍ବାଚନ ମୈଦାନରେ ବାଜିମାରିନେଲେ ଭିନେଶ ଫୋଗାଟ । କ୍ରୀଡା ମୈଦାନ ପରେ ଏବେ ରାଜନୀତି ମୈଦାନରେ ବି ଭିନେଶଙ୍କୁ ମିଳିଛି ବଡ଼ ସଫଳତା । ଜୁଲାନା ବିଧାନସଭା ଆସନରୁ ଜିତିଛନ୍ତି ରେସଲର ଭିନେଶ ଫୋଗାଟ । ହରିୟାଣା ନିର୍ବାଚନ ପୂର୍ବରୁ କଂଗ୍ରେସରେ ଯୋଗ ଦେଇ ରାଜନୈତିକ ମୈଦାନକୁ ଓହ୍ଲାଇଥିଲେ ଚର୍ଚ୍ଚିତ କୁସ୍ତିଯୋଦ୍ଧା ଭିନେଶ ଫୋଗାଟ । ତେବେ ବର୍ତ୍ତମାନ ମିଳିଥିବା ଖବର ଅନୁସାରେ ସେ ଜୁଲାନା ବିଧାନସଭା ଆସନରୁ ବିଜେପି ପ୍ରାର୍ଥୀ ଯୋଗେଶ କୁମାରଙ୍କୁ ହରାଇ ବିଜୟ ହାସଲ କରିଛନ୍ତି । ଭିନେଶଙ୍କ ବିଜୟ ଖବର ଶୁଣିବା ପରେ ତାଙ୍କ ସାଥୀ କୁସ୍ତିଯୋଦ୍ଧା ତଥା ଅନ୍ୟତମ କଂଗ୍ରେସ ନେତା ବଜରଙ୍ଗ ପୁନିଆ ମଧ୍ୟ ‘ଏକ୍ସ’ରେ ପୋଷ୍ଟ କରି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସୋସିଆଲ ମିଡ଼ିଆ ଏକ୍ସ ହ୍ୟାଣ୍ଡେଲ ରେ ଭିନେଶଙ୍କ ଫଟୋ ପୋଷ୍ଟ କରି ବଜରଙ୍ଗ ଲେଖିଛନ୍ତି,

‘ଏହି ବିଜୟ ପାଇଁ ଦେଶର ଝିଅ ଭିନେଶ ଫୋଗାଟଙ୍କୁ ଅନେକ ଅନେକ ଅଭିନନ୍ଦନ । ଏହି ସଂଗ୍ରାମ କେବଳ ଗୋଟିଏ ଜୁଲାନା ଆସନ ପାଇଁ ନଥିଲା, କେବଳ 3-4 ଅନ୍ୟ ପ୍ରାର୍ଥୀଙ୍କ ସହ ନଥିଲା ବା କେବଳ ଅନ୍ୟ ଦଳ ମଧ୍ୟରେ ଲଢ଼େଇ ନଥିଲା । ଏହି ଲଢ଼େଇ ଦେଶର ଶକ୍ତିଶାଳୀ ଦମନକାରୀ ଶକ୍ତି ବିରୋଧରେ ଥିଲା । ଏବଂ ଏଥିରେ ଭିନେଶ ବିଜେତା ହୋଇଛନ୍ତି ।’ତୃତୀୟ ଥର ପାଇଁ ରାଜ୍ୟରେ ଶାସନ କରିବାକୁ ଯାଉଥିବା ବିଜେପି ପକ୍ଷରୁ ଭିନେଶଙ୍କ ପ୍ରତିପକ୍ଷ ଥିଲେ ଯୋଗେଶ କୁମାର। ପ୍ରଥମ ରାଉଣ୍ଡରୁ ଭିନେଶ ତାଙ୍କୁ ପଛରେ ପକାଇ ଆଗେଇ ଚାଲିଥିଲେ। ଶେଷରେ ୬ ହଜାର ମାର୍ଜିନ ସହ ଜୁଲାନର ବିଧାୟିକା ହୋଇଛନ୍ତି ଭିନେଶ।

Leave a Reply

Your email address will not be published. Required fields are marked *