ପଶ୍ଚିମବଙ୍ଗରେ ହିଂସା, କର୍ଫ୍ୟୁ ଲାଗିବା ସହ ଇଣ୍ଟରନେଟ୍ ସେବା ହେଲା ବନ୍ଦ
1 min readପଶ୍ଚିମବଙ୍ଗରେ ଇସଲାମିକ ମୌଳିକତାର ର ଆଉ ଏକ ଦୃଶ୍ୟ ଦେଖିବାକୁ ମିଳିଛି। ଯେଉଁଠାରେ କାର୍ତ୍ତିକ ପୂଜା ପାଳନ କରୁଥିବା ହିନ୍ଦୁମାନେ ମୁର୍ସିଦାବାଦ ଜିଲ୍ଲାର ବେଲଦାନଗାଠାରେ ଏକ ବୋର୍ଡ ସ୍ଥାପନ କରିଥିଲେ, ଯେଉଁଥିପାଇଁ କିଛି ମୌଳିକବାଦୀ ମୁସଲମାନ ବିବାଦ ଆରମ୍ଭ କରିଥିଲେ। ଏହାପରେ ଉଭୟ ପକ୍ଷ ମଧ୍ୟରେ ସଂଘର୍ଷରେ ପ୍ରାୟ ୫0 ଜଣ ଗୁରୁତର ଆହତ ହୋଇଥିଲେ | ୨ ଗୋଷ୍ଠୀ ମଧ୍ୟରେ ଏପରି ସଂଘର୍ଷ ଡେକି ଯାହାପରେ କର୍ତ୍ତୃପକ୍ଷ ଉକ୍ତ ଅଞ୍ଚଳରେ କର୍ଫ୍ୟୁ ଲାଗୁ କରିଛନ୍ତି | ଏହାସହ ଇଣ୍ଟରନେଟ ସେବା ମଧ୍ୟ ବନ୍ଦ କରିଛନ୍ତି |
ପୋଲିସ ଅଧିକାରୀଙ୍କ କହିବାନୁଯାୟୀ, ହିନ୍ଦୁମାନେ କାର୍ତ୍ତିକ ପୂଜା ପାଳନ କରୁଥିଲେ | ତେବେ ସେଠାରେ ଡିଜିଟାଲ ଡ଼ିସପ୍ଲେ ବୋର୍ଡ ରଖାଯାଇଥିଲା | ସେଥିରେ କିଛି | ଯାହା କିଛି ମୁସଲିମ ଦେଖି ଉତ୍ତେଜିତ ହୋଇ ଝଗଡା କରିବାକୁ ଆଗେଇ ଆସିଥିଲେ| ଯାହା ଫଳରେ ହିନ୍ଦୁ ଓ ମୁସଲିମ ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା |
ଦୁଇ ଗୋଷ୍ଠୀ ପରସ୍ପରକୁ ପଥର ପିଙ୍ଗିବା ସହ ଲାଠି ମାଡ଼ କରିଥିଲେ। ଅନେକ ଦୋକାନ ଏବଂ ଘର ଭଙ୍ଗାରୁଜା କରାଯାଇଥିଲା ଏବଂ ଦେଶି ବୋମା ମାଡ଼ ମଧ୍ୟ କରାଯାଇଥିଲା। ଏକ ପୁଲିସ ଗାଡି ଉପରକୁ ମଧ୍ୟ ଆକ୍ରମଣ କରାଯାଇଥିଲା, ଯାହା ପରେ ପୁଲିସ ଲାଠି ମାଡ଼ କରିଥିଲା। ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିଲା ସୁଦ୍ଧା ଅଞ୍ଚଳରେ ଉତ୍ତେଜନା ଲାଗି ରହିଛି। ଏହି ସଂଘର୍ଷରେ ସମ୍ପୃକ୍ତ ଥିବା ୧୫ ଜଣଙ୍କୁ ଗିରଫ କରାଯାଇଥିବା ପୁଲିସ କହିଛି। ଇଥିଯୋଗ କର୍ଫ୍ୟୁ ସହ ଇଣ୍ଟରନେଟ ସେବା ବନ୍ଦ କରିଦିଆଯାଇଛି |