Pratidin TV

Odisha's Digital News Platform

ରକ୍ତରଞ୍ଜିତ ରାଜଧାନୀ: ବରମୁଣ୍ଡା ନୂଆ ବସଷ୍ଟାଣ୍ଡରେ ହଣାକଟା

ଭୁବନେଶ୍ୱର: ପୁଣି ରକ୍ତରଞ୍ଜିତ ହେଲା ରାଜଧାନୀ ଭୁବନେଶ୍ୱର । ବରମୁଣ୍ଡା ନୂଆ ବସଷ୍ଟାଣ୍ଡରେ ହଣାକଟା ହୋଇଛି । ଦୁଇ ବସ୍‌ କର୍ମଚାରୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିବା ବେଳେ ଉତ୍ତ୍ୟକ୍ତ କର୍ମଚାରୀଙ୍କ ଆକ୍ରମଣରେ ଜଣେ ଗୁରୁତର ହୋଇଥିବା ଜଣାପଡ଼ିଛି । ଗୁରୁତରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ତେବେ କର୍ମଚାରୀଙ୍କ ମଧ୍ୟରେ କେଉଁ କାରଣରୁ ବଚସା ହେବା ପରେ ଗଣ୍ଡଗୋଳ ହେଲା ତାହା ଜଣାପଡ଼ିନାହିଁ ।  ଏନେଇ ଭରତପୁର ପୁଲିସ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *